Get Updates
Get notified of breaking news, exclusive insights, and must-see stories!

ରାଜଧାନୀରେ ଦୁଇଦିନିଆ ଓଡିଶା ବିକାଶ ସମାବେଶ: 18ଟି ଅମାଟିକ ଟ୍ରାକ ଉପରେ ବିଚାର ବିମର୍ଶ

ଭୁବନେଶ୍ବର: ଆଗାମୀ ଦଶନ୍ଧି ଓଡିଶା ପାଇଁ ଗୁରୁତ୍ବପୂର୍ଣ୍ଣ । ସେହି ସମୟରେ ଅର୍ଥାତ୍ ୨୦୩୬ରେ ଓଡିଶା ପାଳିବ ତାର ଜନ୍ମ ଶତବାର୍ଷିକୀ । ଶତାୟୁ ଓଡିଶା ଏକ ଅଗ୍ରଣୀ ଜଳବାୟୁ ସହନଶୀଳ ରାଜ୍ୟ ହେଉ ଏହି ଆଭିମୁଖ୍ୟ ରଖୁ ଓଡିଶା ବିକାଶ କନକ୍ଲେଭ ଆୟୋଜନ ହେଉଛି । ଆଗାମୀ ଦଶନ୍ଧି ପାଇଁ ନୁଆ ଦୃଷ୍ଟିଭଙ୍ଗୀ ସହିତ ସନ୍ତୁଳିତ ବିକାଶର ନକ୍ସା ନିରୂପଣ ପାଇଁ ଓ ଭି ସି ବ୍ୟାନର ତଳେ ଏକାଠି ହୋଇଛନ୍ତି ୫୦୦ ପ୍ରତିନିଧୂ । କେନ୍ଦ୍ର ସରକାରଙ୍କ ନୀତି ଆୟୋଗ, ରାଜ୍ୟ ସରକାର, ସାମାଜିକ ସଂଗଠନର କର୍ମକର୍ତ୍ତାଙ୍କ ସମେତ 40 ରୁ ଅଧିକ ଆୟୋଜକ ଅନୁଷ୍ଠାନ ଲୋକ କୈନ୍ଦ୍ରିକ ବିକାଶ, ନ୍ୟାୟ ସଙ୍ଗତ ବଜାର ଓ ପ୍ରକୃତି ସହିତ ସମନ୍ଵୟରକ୍ଷାକାରି ପଦକ୍ଷେପ ଗୁଡ଼ିକ ବାବଦରେ ଚିହ୍ନନ ମନ୍ଥନ କରିବେ ।

Odisha development conference

ସ୍ଥାନୀୟ ଏକ ଘରୋଇ ହୋଟେଲରେ ବୁଧବାର ଆୟୋଜିତ ଉଦଘାଟନ ସମାରୋହରେ ରାଜ୍ୟ ମୁଖ୍ୟ ଶାସନ ସତିବ ମନୋଜ ଆହୁଜା, ସିୱାଇଏସଡ଼ି ସହ ପ୍ରତିଷ୍ଠାତା ଜଗଦାନନ୍ଦ ଓ ବିଶିଷ୍ଟ ସମାଜ ବିଜ୍ଞାନୀ ରାଜେଶ ଟଣ୍ଡନ ଗ୍ରାମାଞ୍ଚଳର ଉନ୍ନତି, ଜଳବାୟୁ ପରିବର୍ତ୍ତନ ସହନଶୀଳତା ଓ ଲୋକ ଭାଗିଦାରିତା ଉପରେ ଆଲୋକପାତ କରିବେ । ଏହି କନକ୍ଲେଭର ବିଭିନ୍ନ ଅଧ୍ଵଂଶନରେ ଓଡିଶା ପାଇଁ ଜନ କୈନ୍ଦ୍ରିକ, ଜଳବାୟୁ ସ୍ମାର୍ଟ ଓ ଶତାୟୁ ଓଡ଼ିଶାର ନକ୍ସା ସହିତ ବିଭିନ୍ନ ସୁପାରିଶ ଗ୍ରହଣ କରାଯିବ। ନୁଆ ବିକାଶ ଦୃଷ୍ଟିକୋଣର ବିକାଶ ପାଇଁ ଓଡିଶା ବିକାଶ କନକ୍ଲେଭ ଉଦ୍ୟମ କରିବ।

ଓଡିଶା ବିକାଶ ସମାବେଶ ପ୍ରକୃତି, ଅର୍ଥନୀତି ଓ ଭାବନାର ଏକ ମିଳନ। ଏହା ଓଡ଼ିଶାର ଚିନ୍ତା, କର୍ତ୍ତା ଓ ସ୍ବପ୍ନ ଦୃଷ୍ଟା ଙ୍କୁ ଏକ ମଃରୁତ୍ପାଦନଶୀଳ ବିକାଶ ମଡେଲ କରିବାକୁ ଆମନ୍ତ୍ରିତ କରିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+