ବୁଢୀ ଠାକୁରାଣୀ ଯାତ୍ରା, ଶୁଭଖୁଣ୍ଟି ସ୍ଥାପନ ପାଇଁ ଦୁଇଟି ତାରିଖ ଧାର୍ଯ୍ୟ

ବ୍ରହ୍ମପୁରର ପ୍ରସିଦ୍ଧ ମା' ବୁଢୀ ଠାକୁରାଣୀଙ୍କ ଯାତ୍ରା ଚଳିତବର୍ଷ ଅନୁଷ୍ଠିତ ହେବ । ଏହି ଯାତ୍ରା ପାଇଁ ଶୁଭଖୁଣ୍ଟି ସ୍ଥାପନ ନେଇ ଦୁଇଟି ତିଥି ସ୍ଥିର କରିଛନ୍ତି ମା' ଙ୍କ ବାପଘର ଦେଶୀବେହେରାଙ୍କ ମୁଖ୍ୟ ପୂଜକ ସିଦ୍ଧାନ୍ତୀ ।

ଚଳିତ ମାର୍ଚ୍ଚ ୯ କିମ୍ବା ୧୨ ତାରିଖ ମଧ୍ୟରୁ ଗୋଟିଏ ଦିନ ସ୍ଥିର କରାଯିବା । ଯେଉଁ ତାରିଖ ସ୍ଥିର ହେବ ସେହି ଦିନ ମା'ଙ୍କ ଯାତ୍ରା ପାଇଁ ଶୁଭଖୁଣ୍ଟି ସ୍ଥାପନ ହେବ । ଏନେଇ ସୂଚନା ଦେଇଛନ୍ତି ଯାତ୍ରାର ମୁଖ୍ୟ ପରିଚାଳକ ପି.ଦୁର୍ଗାପ୍ରସାଦ ଦେଶୀବେହେରା ।

Budhi Thakurani Yatra

ଦୁଇ ବର୍ଷକୁ ଥରେ ମା' ବୁଢୀ ଠାକୁରାଣୀ ଯାତ୍ରା:

ପ୍ରତି ଦୁଇ ବର୍ଷକୁ ଥରେ ଆୟୋଜିତ ହୋଇଥାଏ ମା' ବୁଢୀ ଠାକୁରାଣୀ ଯାତ୍ରା । ଚଳିତବର୍ଷ ଆୟୋଜିତ ହେବାକୁ ଥିବା ବେଳେ ଏହାକୁ ସହରବାସୀ ଅପେକ୍ଷା କରିଛନ୍ତି । ବୁଢୀ ଠାକୁରାଣୀ ଯାତ୍ରା ନିମନ୍ତେ ବୁଧବାର ଯାତ୍ରାର ଶୁଭଖୁଣ୍ଟି ପାଇଁ ଦୁଇଟି ତାରିଖ ଘୋଷଣା କରାଯାଇଛି । ଯାତ୍ରାର ପରମ୍ପରା ଅନୁଯାୟୀ ପ୍ରଥମେ ମା' ବୁଢୀ ଠାକୁରାଣୀ ଯାତ୍ରା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ ପରେ ହିଁ ସମସ୍ତ କାର୍ଯ୍ୟ ଆରମ୍ଭ ହୋଇଥାଏ।

ସୂଚନାନୁଯାୟୀ, ବ୍ରହ୍ମପୁରର ଏହି ପ୍ରସିଦ୍ଧ ଠାକୁରାଣୀ ଯାତ୍ରା ଏକ ମାସରୁ ଅଧିକ ସମୟ ଧରି ଆୟୋଜିତ ହୋଇଥାଏ । ମା' ନିଜ ମୁଖ୍ୟ ମନ୍ଦିରରୁ ବାହାରି ଦେଶୀବେହେରା ସାହି ସ୍ଥିତ ନିଜ ବାପ ଘରକୁ ଆସିବା ପରେ ଯାତ୍ରା ଆରମ୍ଭ ହୋଇଥାଏ । ପରମ୍ପରା ଓ ରୀତିନୀତି ଅନୁଯାୟୀ ସହିତ ଯାତ୍ରା ହୋଇଥାଏ। ମା'ଙ୍କ ଘଟ ପରିକ୍ରମା ସହିତ ମାନସିକ ବେଶଧାରୀ, କଳାକୁଞ୍ଜ ଏବଂ ବିଭିନ୍ନ ସାହିର ରଥ ଯାତ୍ରାର ମୁଖ୍ୟ ଆକର୍ଷଣ ପାଲଟିଥାଏ । ମା'ଙ୍କ ଯାତ୍ରାର ଦିନ ଯେତେ ପାଖେଇ ଆସୁଛି ତାହାକୁ ନେଇ ଭକ୍ତଙ୍କ ମଧ୍ୟରେ ସେତିକି ଉତ୍ସାହ ଦେଖିବାକୁ ମିଳୁଛି ।

ବ୍ରହ୍ମପୁରର ପ୍ରସିଦ୍ଧ ମା' ବୁଢୀ ସାଆନ୍ତାଣି ଠାକୁରାଣୀଙ୍କ ଯାତ୍ରା ପୂର୍ବରୁ ପବିତ୍ର ମହାଶିବରାତ୍ରି ପରେ ମା' ଙ୍କ ବାପଘର କୁହାଯାଉଥିବା ଦେଶୀବେହେରାଙ୍କ ପକ୍ଷରୁ ଶୁଭଖୁଣ୍ଟି ସ୍ଥାପନ ପାଇଁ ଶୁଭ ଦିନ ସ୍ଥିର କରାଯାଇଥାଏ । ଚଳିତବର୍ଷ ଉକ୍ତ କାର୍ଯ୍ୟ ହୋଇସାରିଥିବା ବେଳେ ଚଳିତ ମାର୍ଚ୍ଚ ମାସର ୯ କିମ୍ବା ୧୨ ତାରିଖ ମଧ୍ୟରୁ ଗୋଟିଏ ଦିନ ସ୍ଥିର କରାଯିବ । ଏହି ଦୁଇଟି ତାରିଖ ମଧ୍ୟରୁ ଆଲୋଚନା କରାଯାଇ ଗୋଟିଏ ଦିନ ସ୍ଥିର କରାଯିବ ବୋଲି କହିଛନ୍ତି ଯାତ୍ରାର ମୁଖ୍ୟ ପରିଚାଳକ ପି.ଦୁର୍ଗାପ୍ରସାଦ ଦେଶୀବେହେରା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+