For Quick Alerts
Turn On Notification  
For Daily Alerts
Oneindia App Download

୨୦୧୪ ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ମାମଲା: ୨ ଦୁଷ୍କର୍ମୀଙ୍କୁ ଫାଶି

୨୦୧୪ ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ମାମଲା: ୨ ଦୁଷ୍କର୍ମୀଙ୍କୁ ଫାଶି

|

ଜଗତସିଂହପୁର: ୨୦୧୪ ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ମାମଲା । ୨ ଦୋଷୀଙ୍କୁ ମିଳିଲା ଫାଶି ଦଣ୍ତାଦେଶ । ଚକୋଲେଟ୍ ନେଇ ଫେରୁଥିବା ବେଳେ ନାବାଳିକାଙ୍କୁ ଜୋରଜବରଦସ୍ତି ଉଠାଇ ନେଇଥିଲେ । ୨୭ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ ହେବା ପରେ ଆଜି ମାମଲର ଶୁଣାଣି ହୋଇଛି ।

POCSO Court

ସୂଚନା ଅନୁସାରେ, ୨୦୧୪ ମସିହା ଅଗଷ୍ଟ ମାସରେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅଞ୍ଚଳରେ ଶେଖ ଅକିଲ ଓ ଶେଖ ଆସିଫ ନାମକ ଦୁଇ ବ୍ୟକ୍ତି ନାବାଳିକାଙ୍କୁ ଉଠାଇ ନେଇ ଗଣଦୁଷ୍କର୍ମ କରିବା ସହ ତାଙ୍କର ହତ୍ୟା ମଧ୍ୟ କରିଥିଲେ । ଆଜି ଆଠ ବର୍ଷ ପରେ ଜଗତସିଂହପୁର ପସ୍କୋ କୋର୍ଟ ଦୁଇ ଅପରାଧିଙ୍କୁ ଫାଶି ଦଣ୍ତାଦେଶ ଦେଇଛନ୍ତି । ତେବେ ଏହି ଘଟଣାରେ ମୋଟ୍ ୪ ଜଣ ବ୍ୟକ୍ତିଙ୍କ ନା'ରେ ଥାନାରେ ମାମଲା ରୁଜୁ କରାଯାଇଥିଲା ହେଲେ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ପ୍ରମାଣ ନ ମିଳିବାରୁ ନିର୍ଦ୍ଦୋଷ ଘୋଷଣା କରିଛନ୍ତି କୋର୍ଟ । ସେକ୍ କରିମ୍ ଓ ସେକ୍ ଆବିଦଙ୍କୁ କୋର୍ଟ ନିର୍ଦ୍ଦୋଷ ଘୋଷଣା କରିଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Two culprits of 2014 child rape and murder case of Jagatsinghpur charged to death penalty of hanging
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X