Get Updates
Get notified of breaking news, exclusive insights, and must-see stories!

୨୦୧୪ ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ମାମଲା: ୨ ଦୁଷ୍କର୍ମୀଙ୍କୁ ଫାଶି

୨୦୧୪ ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ମାମଲା: ୨ ଦୁଷ୍କର୍ମୀଙ୍କୁ ଫାଶି

ଜଗତସିଂହପୁର: ୨୦୧୪ ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ମାମଲା । ୨ ଦୋଷୀଙ୍କୁ ମିଳିଲା ଫାଶି ଦଣ୍ତାଦେଶ । ଚକୋଲେଟ୍ ନେଇ ଫେରୁଥିବା ବେଳେ ନାବାଳିକାଙ୍କୁ ଜୋରଜବରଦସ୍ତି ଉଠାଇ ନେଇଥିଲେ । ୨୭ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ ହେବା ପରେ ଆଜି ମାମଲର ଶୁଣାଣି ହୋଇଛି ।

POCSO Court

ସୂଚନା ଅନୁସାରେ, ୨୦୧୪ ମସିହା ଅଗଷ୍ଟ ମାସରେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅଞ୍ଚଳରେ ଶେଖ ଅକିଲ ଓ ଶେଖ ଆସିଫ ନାମକ ଦୁଇ ବ୍ୟକ୍ତି ନାବାଳିକାଙ୍କୁ ଉଠାଇ ନେଇ ଗଣଦୁଷ୍କର୍ମ କରିବା ସହ ତାଙ୍କର ହତ୍ୟା ମଧ୍ୟ କରିଥିଲେ । ଆଜି ଆଠ ବର୍ଷ ପରେ ଜଗତସିଂହପୁର ପସ୍କୋ କୋର୍ଟ ଦୁଇ ଅପରାଧିଙ୍କୁ ଫାଶି ଦଣ୍ତାଦେଶ ଦେଇଛନ୍ତି । ତେବେ ଏହି ଘଟଣାରେ ମୋଟ୍ ୪ ଜଣ ବ୍ୟକ୍ତିଙ୍କ ନା'ରେ ଥାନାରେ ମାମଲା ରୁଜୁ କରାଯାଇଥିଲା ହେଲେ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ପ୍ରମାଣ ନ ମିଳିବାରୁ ନିର୍ଦ୍ଦୋଷ ଘୋଷଣା କରିଛନ୍ତି କୋର୍ଟ । ସେକ୍ କରିମ୍ ଓ ସେକ୍ ଆବିଦଙ୍କୁ କୋର୍ଟ ନିର୍ଦ୍ଦୋଷ ଘୋଷଣା କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+