ପୁଣି ମହାନଦୀରେ ବୁଡି ୨ କଲେଜ ଛାତ୍ରଙ୍କ ମୃତ୍ୟୁ
ମହାନଦୀରେ ବୁଡ଼ି ୨ଜଣ ଛାତ୍ରଙ୍କର ମୃତ୍ୟୁ ଘଟିଛି। ଏଭଳି ଦୁଃଖଦ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅଞ୍ଚଳର ପଥୁରିଆ ଗାଁରେ।
ପାରାଦୀପ: ମହାନଦୀରେ ବୁଡ଼ି ୨ଜଣ ଛାତ୍ରଙ୍କର ମୃତ୍ୟୁ ଘଟିଛି। ଏଭଳି ଦୁଃଖଦ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅଞ୍ଚଳର ପଥୁରିଆ ଗାଁରେ। ମୃତ ଛାତ୍ର ଦ୍ୱୟ ହେଲେ ଗଣେଶ୍ୱର ସାହୁ ଓ ରାଜୀବ ସାହୁ। ଏମାନେ ସମ୍ପର୍କରେ ଦୁଇ ଭାଇ ହେବେ। ସେମାନେ ଯୁକ୍ତ ଦୁଇ ଛାତ୍ର।

ସବୁଦିନ ପରି ଆଜି ଦୁଇ ପଡ଼ୋଶୀ ସୀଥୀ ଡକାଡକି ହୋଇ ନିକଟବର୍ତ୍ତି ମହାନଦୀକୁ ଗାଧୋଇ ଯାଇଥିଲେ। ଆଜି ପଣାସଙ୍କ୍ରାନ୍ତି ହୋଇଥିବାରୁ ଗାଧୋଇ ସାରି ପଣାଖାଇ ଆଜିର ପର୍ବକୁ ପାଳନ କରିଥାନ୍ତେ। ମାତ୍ର ବିଧିର ବିଧାନ କିଛି ଅଲଗା ଥିଲା।
ରାଜୀବ ଗାଧୋଇବା ବେଳେ ଗଭୀର ଜଳକୁ ଗୋଡ଼ ଖସିଯିବା କାରଣରୁ ବୁଡ଼ି ଯାଇଥିଲେ। ତାଙ୍କୁ ଉଦ୍ଧାର କରିବାକୁ ଯାଇ ଗଣେଶ୍ୱର ମଧ୍ୟ ଗଭୀର ଜଳକୁ ପଶିଯାଇଥିଲା। ସେମାନେ ପରସ୍ପର ଧରାଧରି ହୋଇ ବୁଡ଼ି ଯାଇଥିଲେ। ନିକଟରେ ଥିବା କିଛିଲୋକ ସେମାନଙ୍କୁ ଉଦ୍ଧାର କରି କୁଜଙ୍ଗ ମେଡିକାଲକୁ ଆଣିଥିଲେ, ମାତ୍ର ଡାକ୍ତର ସେମୀନଙ୍କୁ ମୃତ ଘୋଷଣା କରିଥିଲେ।












Click it and Unblock the Notifications