ପୋଖରୀରେ ବୁଡ଼ି ଦୁଇ ଶିଶୁଙ୍କ ମୃତ୍ୟୁ
ପୋଖରୀରେ ବୁଡ଼ି ଦୁଇ ଶିଶୁ ମୃତ । ଭଦ୍ରକ ଜିଲ୍ଲା ପୀରହାଟ ଥାନା ସାହାପୁର ପଞ୍ଚାୟତ ସିଣୀ ପୁର ଗାଁରେ ଅଘଟଣ ଘଟିଛି। ଗାଁର ବୁଲୁ ବାରିକଙ୍କ ୩ ବର୍ଷର ପୁଅ ସହ ତାଙ୍କ ୪ ବର୍ଷର ଭଣଜା ସାଙ୍ଗ ହୋଇ ଖେଳୁଥିଲା ବେଳେ ଏହି ଅଘଟଣ ଘଟିଥିଲା। ହିମାଂଶୁ ତାଙ୍କ ବାପାଙ୍କ ସହ ଜାଫରାବାଦ ଗ୍ରାମସ୍ଥିତ ବନ୍ଧୁ ଘରକୁ ଆସିଥିଲେ।

ମଧ୍ୟାହ୍ନ ୧ଟା ବେଳେ ହିମାଂଶୁ ଏବଂ ଅନନ୍ତ ସାଙ୍ଗ ହୋଇ ଖେଳୁଥିବା ବେଳେ ଗ୍ରାମସ୍ଥିତ ଏକ ପୋଖରୀରେ ପଡ଼ି ଯାଇଥିଲେ। ତାଙ୍କ ପରିବାର ଲୋକେ ଖୋଜାଖୋଜି କରି ଶିଶୁ ୨ଜଣଙ୍କୁ ପୋଖରୀରୁ ଉଦ୍ଧାର କରିଥିଲେ। ପରେ ତାଙ୍କୁ ଚିକିତ୍ସା ନିମନ୍ତେ ତିହିଡ଼ି ଡାକ୍ତରଖାନାକୁ ନିଆଯାଇଥିଲା। ମାତ୍ର ଅବସ୍ଥା ଗୁରୁତର ଥିବାରୁ ଶିଶୁଙ୍କୁ ଭଦ୍ରକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ଶିଶୁଙ୍କୁ ମୃତ ଘୋଷଣା କରିଥିଲେ। ଏହି ଅଘଟଣକୁ ନେଇ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।












Click it and Unblock the Notifications