ମୋବାଇଲ ବ୍ୟାଟେରି ଫାଟି ୨ ଶିଶୁ ଗୁରୁତର
ବଳାଙ୍ଗୀର ଜିଲା ପାଟଣାଗଡ଼ ପାଢ଼େଲ ଗାଁରେ ରବିବାର ଏକ ଅଘଟଣ ଘଟିଛି। ମୋବାଇଲ ବ୍ୟାଟେରି ଫାଟି ୨ ଶିଶୁ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଆହତ ୨ ଶିଶୁଙ୍କୁ ଚିକିତ୍ସା ପାଇଁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଜେଲକୁ ସ୍ଥାନାନ୍ତର କରାଯାଇଛି। ଗୁରୁତର ଦୁଇଶିଶୁ ହେଲେ ଜଗା ସରାଫ ଓ ସଂଜୀବ ଦଳେଇ।

ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ପାଢ଼େଲ ଗ୍ରାମର ଜଗା ଓ ସଞ୍ଜୀବ ମୋବାଇଲ ଧରି ଖେଳୁଥିଲେ। ହଠାତ ମୋବାଇଲ ବ୍ୟାଟେରୀ ବିସ୍ପୋରଣ ହେବାରୁ ଦୁଇ ଶିଶୁ ଗୁରୁତର ହୋଇଥିଲେ। ଦୁଇ ଶିଶୁ ଙ୍କୁ ପରିବାରଲୋକ ପାଟଣାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସାପାଇଁ ବଲାଙ୍ଗିର ସ୍ଥାନାନ୍ତର କରାଯାଇଛି।ପାଟଣାଗଡ଼ ପୋଲିସ ଡାକ୍ତରଖାନା ଓ ଘଟଣାସ୍ଥଳ ରେ ପହଞ୍ଚି ଘଟଣା ତଦନ୍ତ ଜାରି ରଖିଛି।












Click it and Unblock the Notifications