କାଳ ସାଜିଲା ପିକନିକ ,ସୀତାକୁଣ୍ଡରେ ବୁଡିଗଲେ ଦୁଇ ଭାଇ
କାଳ ସାଜିଲା ପିକନିକ ସମୟରେ ଜଳପ୍ରପାତରେ ଗାଧୁଆ । ବୁଡ଼ିଗଲେ ଦୁଇଭାଇ । ସୂଚନା ଅନୁସାରେ ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଞ୍ଚଳରେ ଥିବା ସିତାକୁଣ୍ଡରେ ଦୁଇଭାଇ ବୁଡ଼ିଯାଇଛନ୍ତି । ଦୁଇଭାଇ ଗାଧୋଇବା ସମୟରେ ଏଭଳି ଘଟିଥିବା ସୂଚନା ରହିଛି । ତେବେ ଘଟଣାସ୍ଥଳରୁ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଅନ୍ୟଜଣେ ଏପର୍ଯ୍ୟନ୍ତ ନିଖୋଜ ଅଛନ୍ତି । ଉଭୟ ଭାଇଙ୍କ ବୟସ ୪୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି ।

ସୂଚନା ଅନୁସାରେ ପିକନିକ କରିବା ପାଇଁ ଭଦ୍ରକ ଜିଲ୍ଲାରୁ କିଛି ପର୍ଯ୍ୟଟକ ସୀତାକୁଣ୍ଡ ଜଳପ୍ରପାତ ଆସିଥିଲେ । ତେବେ ଅସାବଧାନତା କାରଣକୁ ସେମାନଙ୍କ ଗଡ ଖସିଯାଇଥିଲା । ତିନି ଜଣ ବୁଡିଯାଇଥିଲେ । ଏହାପରେ ଜଣଙ୍କୁ ଉଦ୍ଧାର କରାଯାଇଥିଲା । ବହୁ ଖୋଜାଖୋଜି ପରେ ୨ ଜଣ ମିଳିନଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରୁଛି ।












Click it and Unblock the Notifications