ଚୌଦ୍ୱାର ଜେଲରୁ କଏଦୀ ଚମ୍ପଟ ଘଟଣା; ବୃନ୍ଦାବନରୁ ଗିରଫ ଚମ୍ପଟ କଏଦୀ
ଚୌଦ୍ୱାର ଜେଲରୁ ଦୁଇ ବିହାରୀ କଏଦୀ ଚମ୍ପଟ ଘଟଣା । ଓଡିଶା ପୋଲିସକୁ ବଡ ସଫଳତା ମିଳିଛି । ବୃନ୍ଦାବନରୁ ଗିରଫ ହୋଇଛି ଜଣେ କଏଦୀ । ବୃନ୍ଦାବନର ଏକ ମଠରେ ଲୁଚିଥିବା ବେଳେ ଉଠାଇ ଆଣିଛି ପୋଲିସ । ଉକ୍ତ କଏଦୀର ନାଁ ହେଉଛି ମଧୁକାନ୍ତ କୁମାର । ଆଜି ସେ ପୋଲିସର ଜାଲରେ ପଡିଛନ୍ତି ।

ଅନ୍ୟ ଜଣେ କଏଦୀଙ୍କୁ ଖୋଜିବା ପାଇଁ ପୋଲିସ ବର୍ତ୍ତମାନ ତଦନ୍ତ ଆରମ୍ଭ କରିଛି ।ଏନେଇ ଡିଜି ସୂଚନା ଦେଇଛନ୍ତି । ପାଖାପାଖି ବହୁ ସମୟ ଧରି ସେ ଫେରାର ଥିଲେ । ଆଜି ତାଙ୍କୁ ପୋଲିସ ଗିରଫ କରିଛି ।












Click it and Unblock the Notifications