ମାଛଗାଁ କେନାଲରେ ୩୦ ଫୁଟର ଘାଇ
ଜଗତସିଂହପୁର: ମାଛଗାଁ କେନାଲରେ ୩୦ ଫୁଟର ଘାଇ। ତରିକୁନ୍ଦ ନିକଟରେ ଭାଙ୍ଗିଲା ବନ୍ଧ। କଟକ ରାସ୍ତାର ତରିକୁନ୍ଦ ବଜାର ନିକଟରେ ପ୍ରବାହିତ ମାଛଗାଁ କେନାଲରେ ୩୦ ଫୁଟର ଘାଇ ସୃଷ୍ଟି ହୋଇଛି । କେନାଲର ଦୁଇଟି ସ୍ଥାନରେ ଘାଇ । ଗତକାଲି ବିଳମ୍ବିତ ରାତିରେ ଦଳେଇଘାଇ ଓ ତରିକୁନ୍ଦ ନିକଟରେ ଘାଇ ସୃଷ୍ଟି ହୋଇଛି। ଫଳରେ ଜଗତସିଂହପୁର-କଟକ ମୁଖ୍ୟ ରାସ୍ତାରେ ଅଣ୍ଟାଏ ଉଞ୍ଚରେ ପାଣି ଲହଡ଼ି ଭାଙ୍ଗୁଛି ।

ରାସ୍ତା ଘାଟ, ବିଲ ବାଡ଼ି, ଘର ଦ୍ବାର ସହ ପଞ୍ଚାୟତ ଅଫିସ ଓ ତରିକୁନ୍ଦ ଫାଣ୍ଡି ପାଣି ଘେରରେ ରହିଛି । ଗତକାଲି ରାତିରୁ ଘାଇ ସୃଷ୍ଟି ହୋଇଥିବାରୁ ଲୋକ ଚିନ୍ତାରେ ଅଛନ୍ତି।ଜଗତସିଂହପୁରରୁ କଟକ ଯିବା ଆସିବା କରିବା ମୁସ୍କିଲ ହୋଇପଡ଼ିଛି ।
ଦଳେଇଘାଇ ନିକଟରେ ୧୫ ଫୁଟର ଘାଇ ହୋଇଥିବା ବେଳେ ତରିକୁନ୍ଦ ନିକଟରେ ୨୦ ଫୁଟର ଘାଇ ହୋଇଥିବା ବାଲିଆ ଜଳସେଚନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ସୂଚନା ଦେଇଛନ୍ତି ।ଘାଇ ବନ୍ଦ ପାଇଁ ବ୍ୟବସ୍ଥା କରାଯାଉଛି ।












Click it and Unblock the Notifications