ପାକ ସପକ୍ଷରେ ସ୍ଲୋଗାନ ଦେଇ କଟକରୁ ୨ଯୁବକ ଗିରଫ

ପାକିସ୍ତାନ ସପକ୍ଷରେ ସ୍ଲୋଗାନ ଦେବା ଅଭିଯୋଗରେ ୨ ଜଣଙ୍କୁ ଗିରଫ କରାଯାଇଛି। ୨ ଯୁବକଙ୍କୁ ଗିରଫ କଲା ଚାଉଳିଆଗଞ୍ଜ ଥାନା ପୋଲିସ। ସୂଚନାନୁଯାୟୀ, ଭାରତ-ପାକ୍‌ ଉତ୍ତେଜନା ବେଳେ ପାକିସ୍ତାନ ସପକ୍ଷରେ ନାରା ଦେଇଥିଲେ। ପାକିସ୍ତାନ ସପକ୍ଷରେ ନାରା ଦେବାର ଭିଡିଓ ମଧ୍ୟ ଭାଇରାଲ କରିଥିଲେ। ଏହାପରେ ପୋଲିସ ଏମାନଙ୍କୁ ଗିରଫ କରିବା ବେଳେ, ଲୋକେ କହିଛନ୍ତି ଦେଶଦ୍ରୋହୀ।

ସୂଚନାନୁଯାୟୀ ଜମ୍ମୁ କଶ୍ମୀରର ଅନନ୍ତନାଗ ଜିଲ୍ଲା ପହଲଗାମରେ ଗତମାସ ୨୨ ତାରିଖରେ ଆତଙ୍କବାଦୀ ଆକ୍ରମଣ ଏବଂ ଭାରତୀୟ ସେନାର 'ଅପରେସନ୍ ସିନ୍ଦୂର' ଯେଗୁଁ ପାକିସ୍ତାନ ଓ ପାକ୍ ଅଧିକୃତ କଶ୍ମୀରରେ ଆତଙ୍କବାଦୀ ୯ଟି ଆତଙ୍କବାଦୀ ଶିବିର ଧ୍ବଂସ ହେଲା ପରେ ଉତ୍ତେଜନା ପ୍ରକାଶ ପାଇଛି। ଭାରତ ଓ ପାକିସ୍ତାନ ମଧ୍ୟରେ ସବୁ ସଂପର୍କ ଶେଷ ହୋଇଯାଇଛି।

arrest

ଉଭୟ ଦେଶ ମଧ୍ୟରେ ଦେଖାଯାଇଥିବା ଉତ୍ତେଜନା ନେଇ ସମଗ୍ର ବିଶ୍ବରେ ଚର୍ଚ୍ଚା ହେଉଛି। ଏହି ଭଳି ଏକ ଘଡ଼ିସନ୍ଧି ସମୟରେ ଦୁଇ ଜଣ ଓଡ଼ିଆ ଯୁବକ ପାକିସ୍ତାନର ଗୁଣଗାନ କରିଛନ୍ତି, ଯାହାକି ସେମାନଙ୍କୁ ମହଙ୍ଗା ସାବ୍ୟସ୍ତ ହୋଇଛି। 'ପାକିସ୍ତାନ ଜିନ୍ଦାବାଦ୍, ପାକିସ୍ତାନ ଜିନ୍ଦାବାଦ' କହିବା ଏବଂ ଏହାକୁ ସୋସିଆଲ ମିଡିଆରେ ଭାଇରାଲ କରିବା ଅଭିଯୋଗରେ ଭୁବନେଶ୍ବର-କଟକ କମିସନରେଟ୍ ପୁଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ସୌରଭ କୁମାର ସାହୁ (୨୭) ଓ ଗୌତମ ଲେଙ୍କା (୨୮)।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+