ଏଏନଏମ୍ କର୍ମୀଙ୍କ ଆତ୍ମାହୂତି ଉଦ୍ୟମ : କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି
ଲୋୟର ପିଏମଜିରେ ଦୀର୍ଘ ଦିନ ଧରି ଧାରଣାରେ ବସିଥିବା ଏଏନଏମ୍ କର୍ମୀଙ୍କ ମଧ୍ୟରୁ ଆଜି ଦୁଇ ଜଣ ଆତ୍ମହୂତି ଉଦ୍ୟମ କରିଛନ୍ତି ।
ଭୁବନେଶ୍ୱର : ଲୋୟର ପିଏମଜିରେ ଦୀର୍ଘ ଦିନ ଧରି ଧାରଣାରେ ବସିଥିବା ଏଏନଏମ୍ କର୍ମୀଙ୍କ ମଧ୍ୟରୁ ଆଜି ଦୁଇ ଜଣ ଆତ୍ମହୂତି ଉଦ୍ୟମ କରିଛନ୍ତି । ଦେହରେ କିରୋସିନ ଢାଳି ହୋଇ ଆତ୍ମହୂତି ଉଦ୍ୟମ କରିଛନ୍ତି ଦୁଇ ଜଣ କର୍ମୀ । ସେମାନଙ୍କୁ ପୁଲିସ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛି ।
ଏଠାରେ କହି ରଖୁଛୁ କି, କରୋନା ମହାମାରୀ ସମୟରେ ଏମାନଙ୍କୁ ଠିକା ନିଯୁକ୍ତି ଦିଆଯାଇଥିଲା । କୋଭିଡ୍ କେୟାର ସେଣ୍ଟରରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଏହି ଏଏନଏମ ଓ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ 90 ଦିନିଆ ଚୁକ୍ତିଭିତିକ ନିଯୁକ୍ତି ଦେଇଥିଲେ ରାଜ୍ୟ ସରକାର ।

ହେଲେ ପରବର୍ତ୍ତି ସମୟରେ ଏମାନଙ୍କୁ ଛଟେଇ କରିଥିଲେ । ସ୍ଥାୟୀ ନିଯୁକ୍ତି ଓ ଦରମା ଦାବିରେ ଏଏନଏମ୍ କର୍ମୀ ଏବେ ରାଜ ରାସ୍ତାରେ ଅନଶନରେ ବସିଛନ୍ତି । ଆଜିକୁ 8 ଦିନ ହେଲା ଏହି କର୍ମୀମାନେ ଆନ୍ଦୋଳନ କରି ଆସୁଛନ୍ତି । ଦାବି ପୁରଣ ନହେବା ଯାଏଁ ଆନ୍ଦୋଳନରୁ ହଟିବେ ନାହିଁ ବୋଲି ସେମାନେ ଦାବି କରିଛନ୍ତି ।












Click it and Unblock the Notifications