ଯାଆଁଳା ସନ୍ତାନର ମା' ହେବେ ଆଲିଆ !
Twins ?? Kapoor family ready to mingle with happiness and joy admist the news of twinsଯାଆଁଳା ସନ୍ତାନର ମା' ହେବେ ଆଲିଆ !
ମୁମ୍ବାଇ: ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଟୁଇନ୍ସ ସନ୍ତାନ ହେବା ଖବରକୁ ନେଇ ଆଜି ବେଶ ଚର୍ଚ୍ଚା ହେବାରେ ଲାଗିଛି ।ରଣବୀର କପୁର ଏବଂ ଆଲିଆଙ୍କ ବିବାହ ପରଠୁ ଉଭୟ ଲୋକପ୍ରିୟତା ମଧ୍ୟ ବଢିବାରେ ଲାଗିଛି । ନିକଟରେ କିଛି ବନ୍ଧୁ ଓ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ଉଭୟ ବିବାହ କରିଥିଲେ ବିବାହର
ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା ଯାହାକୁ ଫ୍ୟାନ୍ସ ଖୁବ ପସନ୍ଦ ମଧ୍ୟ କରିଥିଲେ ।

ତେବେ ବିବାହର ମାତ୍ର ୩ ମାସ ପରେ ହିଁ ନିଜ ଗର୍ଭବତୀ ଖବର ଆଲିଆ ନିଜେ ଏକ ଫଟୋ ପୋଷ୍ଟ କରି ଫ୍ୟାନ୍ସଙ୍କୁ ଦେଇଥିଲେ ।ଯାହା ପରେ ଆଜି ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ଯାଆଁଳା ସନ୍ତାନ ଖବରକୁ ନେଇ ଚର୍ଚ୍ଚା ଜୋର ଧରିଛି । ହେଲେ ଏହି ଖବର ସତ୍ୟତା କେତେ ତାହା ଏବେ ସ୍ପଷ୍ଟ ହୋଇ ନାହିଁ । ରିପୋର୍ଟ ଅନୁସାରେ ଆଲିଆଙ୍କର ଗୋଟିଏ ନୁହେଁ ବରଂ ଦୁଇ ଜଣ ଛୋଟ ଅତିଥି ଆସିବାକୁ ଯାଉଛନ୍ତି। ଏହି ଖବର ଭାଇରାଲ ହେବା ପରେ ରଣବୀର ,ଆଲିଆଙ୍କ ପ୍ରଶଂସକମାନଙ୍କ ମନରେ ଉତ୍ସାହ ମଧ୍ୟ ବଢି ଯାଇଛି ।
ତେବେ ଖୁବ ଶିଘ୍ର ଆଲିଆ ଭଟ୍ଟ ଏବଂ ରଣବୀର କପୁର ଫିଲ୍ମ ବ୍ରହ୍ମାସ୍ତ୍ରରେ ଏକାଠି ନଜର ଆସିବେ। ବଡପରଦାରେ ଏହି ଯୋଡିକୁ ଏକାଠି ଦେଖିବା ପାଇଁ ଫ୍ୟାନ୍ସ ମଧ୍ୟ ଉତ୍ସାହ ବଢି ଯାଇଛି ।












Click it and Unblock the Notifications