ବିଜୁଳି ଘଡ଼ଘଡ଼ି ସହ ଟ୍ବିନ୍ ସିଟିକୁ ବର୍ଷା ଆଲର୍ଟ, ୪୦ରୁ ୫୦ କିମି ଯାଏଁ ପବନ ବହିବା ସମ୍ଭାବନା
ଅଚାନକ ଅନ୍ଧାର ହୋଇଗଲା ଭୁବନେଶ୍ବର। ଆକାଶରେ ଘୋଟି ଆସିଲା କଳାହାଣ୍ଡିଆ ମେଘ। କାଳବୈଶାଖୀ ପ୍ରଭାବରେ ରାଜଧାନୀରେ ଗର୍ଜନ କରୁଛି ମେଘ। ତେବେ ବିଜୁଳି ଘଡଘଡି ସହ ୩ ଘଣ୍ଟା ପାଇଁ ଟ୍ବିନ ସିଟିକୁ ବର୍ଷା ଆଲର୍ଟ କରିଛି ପାଣିପାଗ ବିଭାଗ।

ତେବେ ଏହାରି ଭିତରେ ସୂଚନା ମିଳିଛି ଭୁବନେଶ୍ୱରରେ ଅନେକ ସ୍ଥାନରେ କୁଆପଥର ବର୍ଷା ହୋଇଛି। ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଦକ୍ଷିଣ ଓଡ଼ିଶାର ୬ ଜିଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଥିବାବେଳେ ବାକି ଉତ୍ତର ଉପକୂଳର ୧୭ ଜିଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।
ତେବେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗ ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡରେ ଘଡଘହି ସହିତ ବର୍ଷା ଓ ପବନ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏ ସବୁ ସ୍ଥାନରେ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବ ବୋଲି ଆକଳନ କରାଯାଇଛି। ଶନିବାର ଅର୍ଥାତ ୧୨ ତାରିଖରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗ ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି, ରାୟଗଡା ଓ ମୟୂରଭଞ୍ଜ ଓ କେନ୍ଦୁଝରରେ ଘଡଘଡି ସହିତ ବର୍ଷା ହୋଇପାରେ।












Click it and Unblock the Notifications