Get Updates
Get notified of breaking news, exclusive insights, and must-see stories!

ଫେବ୍ରୁଆରି ୭ରୁ ଟ୍ବେଣ୍ଟି-୨୦ ବିଶ୍ବକପ୍: ୨୦ ଦଳକୁ ନେଇ ଭାରତ ଓ ଶ୍ରୀଲଙ୍କାରେ ଆୟୋଜନ

ଆସନ୍ତାବର୍ଷ ଭାରତ ଓ ଶ୍ରୀଲଙ୍କାରେ ଖେଳାଯିବାକୁ ଥିବା ୨୦୨୬ ଟ୍ବେଣ୍ଟି-୨୦ ଲାଗି ଆଇସିସି ପ୍ରସ୍ତୁତି ଆରମ୍ଭ । ଆସନ୍ତା ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ୨୦ଟି ଦଳ ଅଂଶଗ୍ରହଣ କରିବା ଏକପ୍ରକାର ନିଶ୍ଚିତ ଥିଲା ବେଳେ ଫେବ୍ରୁଆରି ୭ରୁ ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ଏହି ବହୁରାଷ୍ଟ୍ରୀୟ ପ୍ରତିଯୋଗିତାକୁ ଆୟୋଜନ କରିବାକୁ ଆଇସିସି ନୀତିଗତ ନିଷ୍ପତ୍ତି ନେଇ ସାରିଥିବା ଜଣାପଡ଼ିଛି ।

ଉଭୟ ଭାରତ ଓ ଶ୍ରୀଲଙ୍କାକୁ ମିଶାଇ ମୋଟ ପାଞ୍ଚଟି ସ୍ଥାନରେ ବିଶ୍ବକପ ଖେଳାଯିବ । ପାକିସ୍ତାନର ଖେଳିବାକୁ ଆଖି ଆଗରେ ରଖି ଫାଇନାଲ୍ ଅହମଦାବାଦ କିମ୍ବା କଲମ୍ବୋରେ ଆୟୋଜିତ ହେବ । ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ଘଟଣା ଏବଂ ତା'ପରେ ହୋଇଥିବା ଅପରେସନ୍ ସିନ୍ଦୂର ପରେ ଭାରତ ଓ ପାକିସ୍ତାନ ପରସ୍ପର ବିପକ୍ଷରେ ଖେଳିବାକୁ ଅମଙ୍ଗ ହେଉଛନ୍ତି। ହାଇବ୍ରିଡ୍ ମଡେଲକୁ ସମାଧାନର ବାଟ ଭାବେ ନିଆଯାଇଛି ।

ଚଳିତ ଏସିଆ କପ୍‌ରେ ସେଥିପାଇଁ ଉଭୟ ଦଳ ନିରପେକ୍ଷ ସ୍ଥାନ ୟୁଏଇରେ ମ୍ୟାଚ୍ ଖେଳୁଛନ୍ତି । ତଦନୁଯାୟୀ ଯଦି ପାକିସ୍ତାନ ଫାଇନାଲ୍ ଯାଏ, ତାହେଲେ ଏହି ମ୍ୟାଚ୍ କଲମ୍ବୋରେ ଖେଳାଯିବ । ଅନ୍ୟଥା ଅହମଦାବାଦରେ ଖେଳାଯିବ । ଏହି ବିଷୟ‌ରେ ଆଇସିସି ଆସନ୍ତା କିଛି ଦିନ ମଧ୍ୟରେ ଆନୁଷ୍ଠାନିକ ଘୋଷଣା କରିବାର ସମ୍ଭାବନା ରହିଛି।

India and Sri Lanka to host 20-team tournament

ସଂପ୍ରତି ଭାରତ, ଶ୍ରୀଲଙ୍କା, ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ବାଂଲାଦେଶ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ୟୁଏସ୍‌ଏ, ୱେଷ୍ଟଇଣ୍ଡିଜ୍, ନ୍ୟୁଜିଲାଣ୍ଡ୍, ପାକିସ୍ତାନ, ଆୟର୍ଲାଣ୍ଡ, କାନାଡ଼ା, ନେଦରଲାଣ୍ଡ୍‌ସ ଓ ଇଟାଲି ଭଳି ୧୫ଟି ଦଳ ୨୦୨୬ ଟ୍ବେଣ୍ଟି-୨୦ ବିଶ୍ବକପ୍ ଲାଗି ଯୋଗ୍ୟତା ଅର୍ଜନ କରିସାରିଛନ୍ତି। ୟୁରୋପୀୟ ଦେଶ ଇଟାଲି ପ୍ରଥମ ଥର ଲାଗି ବିଶ୍ବକପ୍ ଲାଗି ଯୋଗ୍ୟତା ହାସଲ କରି ଇତିହାସ ରଚିଛି । ଅବଶିଷ୍ଟ ୫ଟି ଦଳ ମଧ୍ୟରୁ ଦୁଇଟି ଆଫ୍ରିକୀୟ ଏବଂ ତିନିଟି ଏସିଆ ପାସିଫିକ୍ ଯୋଗ୍ୟତା ପର୍ଯ୍ୟାୟରୁ ବଛାହେବେ ।

India and Sri Lanka to host 20-team tournament

ଏହି ବିଶ୍ବକପ୍‌ର ଫର୍ମାଟ୍‌ ୨୦୨୪ରେ ୱେଷ୍ଟଇଣ୍ଡିଜ୍ ଓ ଆମେରିକାରେ ଆୟୋଜିତ ହୋଇଥିବା ୨୦୨୪ ଟ୍ବେଣ୍ଟି-୨୦ ବିଶ୍ବକପ୍ ସହ ସମାନ ରହିବ । ୨୦ଟି ଦଳକୁ ୪ଟି ଗ୍ରୁପ୍‌ରେ ବିଭକ୍ତ କରାଯିବ। ପ୍ରତି ଗ୍ରୁପ୍‌ରେ ୫ଟି ଦଳ ରହିବେ। ପ୍ରତି ଗ୍ରୁପ୍‌ର ଶ୍ରେଷ୍ଠ ଦୁଇ ଦଳ ସୁପର-୮କୁ ଉନ୍ନୀତ ହେବେ । ସୁପର-୮ରେ ଦୁଇଟି ଗ୍ରୁପ୍‌ରେ ଚାରିଟି ଲେଖାଏଁ ଦଳ ସ୍ଥାନ ପାଇବେ। ଉଭୟ ଗ୍ରୁପ୍‌ର ଶ୍ରେଷ୍ଠ ଦୁଇ ଦଳ ସେମିଫାଇନାଲ୍ ଟିକେଟ ହାସଲ କରିବେ। ଗତ ସଂସ୍କରଣରେ ଦକ୍ଷିଣ ଆଫ୍ରିକାକୁ ହରାଇ ଭାରତ ବିଜେତା ହୋଇଥିଲା। ସେହି ପ୍ରତିଯୋଗିତାରେ ୫୫ ମ୍ୟାଚ୍ ଖେଳାଯାଇଥିଲା। ଏଥର ମଧ୍ୟ ସେହି ୫୫ ମ୍ୟାଚ୍ ଖେଳାଯିବାର ଯଥେଷ୍ଟ ସମ୍ଭାବନା ରହିଛି। ଭାରତ ‌ଶେଷ ଥର ଲାଗି ୨୦୧୬ ଏବଂ ଶ୍ରୀଲଙ୍କା ୨୦୧୨ରେ ଟ୍ବେଣ୍ଟି-୨୦ ବିଶ୍ବକପ୍ ଆୟୋଜନ କରିଥିଲା। ଆସନ୍ତାବର୍ଷର ପ୍ରଥମ ୪ ମାସରେ କିନ୍ତୁ ଭାରତ ଏକାଧିକ ପ୍ରତିଯୋଗିତା ଆୟୋଜନ କରିବ। ଜାନୁଆରି-ଫେବ୍ରୁଆରିରେ ଡବ୍‌ଲ୍ୟୁପିଏଲ୍ ଖେଳାଯିବା ପରେ ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍, ତା'ପରେ ଆଇପିଏଲ୍ ଖେଳାଯିବ। ଭାରତ ମଧ୍ୟ ଘରୋଇ ପରିବେଶରେ ଜାନୁଆରି ୧୧ରୁ ୩୧ ମଧ୍ୟରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆ ଓ ଟ୍ବେଣ୍ଟି-୨୦ ଶୃଙ୍ଖଳା ଖେଳିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+