For Quick Alerts
Turn On Notification  
For Daily Alerts
Oneindia App Download

ଶ୍ରୀମନ୍ଦିର ସହ ଜଡ଼ିତ ଆଉ ୨୨ ଜଣ କରୋନା ସଂକ୍ରମିତ ଚିହ୍ନଟ

ଆଜି ଶ୍ରୀମନ୍ଦିର ସହ ଜଡ଼ିତ ସେବାୟତ ଓ ସେବାୟତଙ୍କ ପରିବାର ସଦସ୍ୟଙ୍କୁ ମିଶାଇ ଆଜି ମୋଟ ୨୨ ଜଣଙ୍କ ରିପୋର୍ଟ କୋଭିଡ୍ ପଜିଟିଭ୍ ଆସିଛି । ତେବେ ଏବେ ଯାଏଁ ଶ୍ରୀମନ୍ଦିର ସହ ଜଡ଼ିତ ୫୦ ଜଣ ଚିହ୍ନଟ ହେଲେଣି କୋଭିଡ୍ ପଜିଟିଭ୍ ।

|

ପୁରୀ: ଶ୍ରୀମନ୍ଦିରଙ୍କୁ ଘାରିଲାଣି ସଂକ୍ରମଣ ଚିନ୍ତା । ଦିନକୁ ଦିନ ଶ୍ରୀମନ୍ଦିର ସହ ଜଡ଼ିତ ବ୍ୟକ୍ତି କରୋନାରେ ସଂକ୍ରମିତ ହେଉଥିବା ଦେଖିବାକୁ ମିଳୁଛି । ଏପରି ପରିସ୍ଥିତିରେ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ନେଇ ମଧ୍ୟ ଦ୍ବନ୍ଦ୍ବ ସୃଷ୍ଟି ହେବାରେ ଲାଗିଛି ।

shree mandir

ଆଜି ଶ୍ରୀମନ୍ଦିର ସହ ଜଡ଼ିତ ସେବାୟତ ଓ ସେବାୟତଙ୍କ ପରିବାର ସଦସ୍ୟଙ୍କୁ ମିଶାଇ ଆଜି ମୋଟ ୨୨ ଜଣଙ୍କ ରିପୋର୍ଟ କୋଭିଡ୍ ପଜିଟିଭ୍ ଆସିଛି । ତେବେ ଏବେ ଯାଏଁ ଶ୍ରୀମନ୍ଦିର ସହ ଜଡ଼ିତ ୫୦ ଜଣ ଚିହ୍ନଟ ହେଲେଣି କୋଭିଡ୍ ପଜିଟିଭ୍ । ଆଜି ଜୋତା ଷ୍ଟାଣ୍ଡର ୧୯ ଜଣ କର୍ମଚାରୀ ଏବଂ ଶ୍ରୀମନ୍ଦିରର ୯ ଜଣ କର୍ମଚାରୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସମସ୍ତେ ଆଇସୋଲେସନରେ ରହି ଚିକିତ୍ସିତ ହେଉଥିବା ପ୍ରଶାସନ ସୂଚନା ଦେଇଛି ।

ଅନ୍ୟପଟେ କୁମ୍ଭ ମେଳାରୁ ବର୍ତ୍ତମାନ ସୁଦ୍ଧା ଜିଲ୍ଲାକୁ ୧୭ ଜଣ ସେବାୟତ ଫରିଛନ୍ତି । ସେଥିମଧ୍ୟରୁ ୨ ଜଣଙ୍କ ରିପୋର୍ଟ କୋଭିଡ୍ ନେଗେଟିଭ୍ ଆସିଥିବା ବେଳେ ୧୩ ଜଣଙ୍କ ରିପୋର୍ଟ ଆସିନାହିଁ । ଏଯାବତ୍ ୨ ଜଣ କରୋନା ପରୀକ୍ଷା କରାଇ ନାହାଁନ୍ତି । କୁମ୍ଭରୁ ଫେରିଥିବା ସେବାୟତ ନିଜ ଘରେ ଓ ହୋଟେଲେରେ କ୍ୱାରେଣ୍ଟାଇନରେ ଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Twenty two person associated with puri shree mandirtested corona positive
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X