ଖୋଲିଲା ହୀରାକୁଦ ଡ୍ୟାମର ଆଉ ୬ଟି ଗେଟ: ମୋଟ ୨୦ଟି ଗେଟ୍ ଦେଇ ହେଉଛି ବନ୍ୟା ଜଳ ନିଷ୍କାସନ

ସମ୍ବଲପୁର: ଖୋଲିଲା ହୀରାକୁଦ ଡ୍ୟାମର ଆଉ ୬ଟି ଗେଟ । ଏବେ ସୁଦ୍ଧା ମୋଟ ୨୦ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି । ଉପରମୁଣ୍ଡରେ ବର୍ଷା ସହ ଲଘୁଚାପ ବର୍ଷା ହେତୁ ପାଣି ଅଧିକ ନିଷ୍କାସିତ ହେଉଛି । ତେଣୁ ହୀରାକୁଦ ଡ୍ୟାମରେ ଗୋଟିଏ ପରେ ଗୋଟିଏ ଗେଟ୍ ଖୋଲିବାରେ ଲାଗିଛି ।

ବଙ୍ଗୋପସଗାରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଉପର ମୁଣ୍ଡରେ ଜାରି ରହିଛି ବର୍ଷା । ତେବେ ଆଜି ବର୍ଷାର ପରିମାଣ କମିଛି । ଗତ ୨୪ ଘଣ୍ଟାରେ ଅଧିକ ବର୍ଷା ହୋଇଛି । ତେଣୁ ଅତ୍ୟଧିକ ବନ୍ୟା ଜଳକୁ ଅଟକାଇବା ସମ୍ଭବ ହେଉନାହିଁ ।

ଆଜି ସକାଳ ୬ଟା ସୁଦ୍ଧା ହୀରାକୁଦ ଜଳସ୍ତର ୬୨୮.୧୫ ଫୁଟ ରହିଛି । ହୀରାକୁଦକୁ ପ୍ରବେଶ କରୁଛି ୨ ଲକ୍ଷ ୨୯ ହଜାର ୪୫୮ କ୍ୟୁସେକ ଜଳ । ହୀରାକୁଦରୁ ନିଷ୍କାସିତ ହେଉଛି ୨,୬୭,୫୭୭ କ୍ୟୁସେକ ଜଳ ।

ସେପଟେ ଗତ ୨୪ ଘଣ୍ଟାରେ ରାଜ୍ୟରେ ପ୍ରବଳ ବର୍ଷା ଦେଖିବାକୁ ମିଳିଛି । ତେବେ ସେହିପରି ଶନିବାର ଓ ରବିବାର ବିଶେଷ ବର୍ଷା ହେବ ନାହିଁ । ତେବେ ୧୮ଓ ୧୯ ବେଳକୁ ରାଜ୍ୟରେ ପୁଣି ବର୍ଷାର ପରିମାଣ ବଢ଼ିପାରେ ।

hirakud

ସୂଚନାଯୋଗ୍ୟ, ବୁଧବାର ଦିନ ଅପରାହ୍ନ ୪ଟା ସମୟରେ ଦୁଇଟି ଖୋଲାଯାଇଥିଲା । ନଦୀରେ ଜଳସ୍ତର ବୃଦ୍ଧି ହେତୁ ଗୁରୁବାର ଦିନ ସକାଳେ ଆଉ ୮ଟି ଗେଟ୍ ଖୋଲିଥିଲା । ମୋଟ ୧୦ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଥିଲା ।

ପରେ ଗତକାଲି ଅପରାହ୍ନରେ ଆଉ ୪ଟି ଗେଟ ଖୋଲି ସମୁଦାୟ ୧୪ଟି ଗେଟ୍ ରେ ଜଳ ନିଷ୍କାସିତ ହେଉଥିଲା । ହେଲେ ଏବେ ଆଉ ୬ଟା ଗେଟ୍ ଖୋଲିଛି । ବର୍ତ୍ତମାନ ସୁଦ୍ଧା ୨୦ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି ।

ପ୍ରବଳ ବର୍ଷା ହେତୁ ବଂଶଧାରା ଫୁଲି ବିପଦ ସଙ୍କେତ ଟପିଛି । ମହାନଦୀ ଉପର ମୁଣ୍ଡରେ ବି ପ୍ରବଳ ବର୍ଷା ଲାଗି ରହିଛି । ତେବେ ଜଳ ସମ୍ପଦ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ରାଜ୍ୟରେ ବନ୍ୟା ଆସିଲା ଭଳି ସ୍ଥିତି ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+