ତୁଟିଲାନି ବିବାଦ ; ଆଇନ ମନ୍ତ୍ରୀଙ୍କ ଘରେ ବସିଲା ବୈଠକ
ସୋମବାର ରାତିରୁ ମହାପ୍ରଭୁ ଲିଙ୍ଗରାଜଙ୍କ ପାଖରେ ଭୋଗ ଲାଗିନାହିଁ । ମନ୍ଦିର ପ୍ରଶାସନ ପ୍ରତି ଥର ଭଳି ଏଥର ମଧ୍ୟ ତାଳିପକା ସମାଧାନ ଉଦ୍ୟମ କରିଥିଲେ କିନ୍ତୁ କୌଣସି ସୁଫଳ ମିଳିନି । ମଙ୍ଗଳବାର ରାତିଯାଏଁ କୌଣସି ନିଷ୍କର୍ଷ ବାହାରିପାରିନଥିବା ବେଳେ ଦୁଇ ଦିନ ହେଲା ଠାକୁରଙ୍କୁ ଉପାସ ରହିବାକୁ ପଡ଼ିଛି । ଆଉ ଆଜି ଏହାର ସମାଧାନ ପାଇଁ ଆଇନ ବିଭାଗ ଅଂଟା ଭିଡିଛି | ଆଇନ ମନ୍ତ୍ରୀଙ୍କ ବାସଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଯାଇଛି | ଏଥିରେ ଦେବୋତ୍ତର କମିଶନର, ଖୋର୍ଦ୍ଧା ଜିଲ୍ଲାପାଳ, ଆଇନ ବିଭାଗ ସଚିବ ପ୍ରମୁଖ ଉପସ୍ଥିତ ଅଛନ୍ତି |

ଉଲ୍ଲେଖ ଥାଉ କି ସୂଚନା ମୁତାବକ, ଗତକାଲି ମକର ସଂକ୍ରାନ୍ତି ତିଥିରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପାଖରେ ମକର ଚାଉଳ ଲାଗି କରାଯିବା ସହ ଠାକୁରଙ୍କୁ ଘୃତ କମ୍ବଳ ଲାଗି କରାଯାଏ। ଶୀତ ଅଧିକ ହେଉଥିବାରୁ ମକର ସଂକ୍ରାନ୍ତିରୁ କୁମ୍ଭ ସଂକ୍ରାନ୍ତି ପର୍ଯ୍ୟନ୍ତ ଔଷଧୀ ପ୍ରଦାନ ପୂର୍ବକ ଠାକୁରଙ୍କୁ ଘୃତ ଲେପନ କରାଯିବା ବିଧି ରହିଛି। ଏଥିପାଇଁ ସୋମବାର ଚତୁର୍ଦ୍ଦଶୀ ମହାଦୀପ ଉଠିବା ପରେ ଭୁବନେଶ୍ବରୀ ମନ୍ଦିର ପାଖ ମକର ମଣ୍ଡପ ନିକଟକୁ ମହାପ୍ରଭୁ ଶ୍ରୀଲିଙ୍ଗରାଜ, ମା' ପାର୍ବତୀ, ମା' ଦୁର୍ଗା ଓ ବାସୁଦେବଙ୍କ ଚଳନ୍ତି ପ୍ରତିମାକୁ ପାଲିଙ୍କିରେ ବିଜେ କରାଯାଇଥିଲା। ଘୃତ ପ୍ରସ୍ତୁତ ଓ କ୍ଷୀର ଗରମ କରିବା ପାଇଁ ଆୟୋଜନ କରାଯାଇଥିଲା। ମନ୍ଦିର ପ୍ରଶାସନ ସୂଚନା ଅନୁଯାୟୀ ପ୍ରତିବର୍ଷ ପରି ବଡ଼ୁ ନିଯୋଗର ସାମନ୍ତରାୟ ସେବାୟତ ଘୃତ କମ୍ବଳ ଫେଣ୍ଟିବା କାର୍ଯ୍ୟ କରନ୍ତି। ସାମନ୍ତରାୟ ସେବାୟତ କ୍ଷୀର ନେଇ ଆସିଥାନ୍ତି।
ଏଥିପାଇଁ ଗତକାଲି ସାମନ୍ତରାୟ ୩ ପରିବାରଙ୍କୁ ସୂଚନା ଦିଆଯାଇଥିଲା। ୩ ପରିବାର ମଧ୍ୟରୁ ଜଣେ ସେବାୟତ କ୍ଷୀର ଆଣିବା ପରେ ମକର ମଣ୍ଡପରେ ବ୍ରାହ୍ମଣ ନିଯୋଗ ସେବାୟତ (ପର୍ବଯାତ୍ରୀ ବିଶୋଇ ସେବାୟତ)ଏହାକୁ ଫୁଟାଇଥାନ୍ତି। ଗତକାଲି ରାତି ପ୍ରାୟ ୯ଟାରେ ନୀତି ଆରମ୍ଭ ବେଳେ ସାମନ୍ତରାୟ ସେବାୟତ କ୍ଷୀର ଫୁଟାଇବାକୁ ବଡ଼ୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡ଼ୁଙ୍କୁ କହିଥିଲେ।












Click it and Unblock the Notifications