ପୁଣି ଏକାଠି ହେଲେ ଭାଇରାଲ ଯୋଡ଼ି ଟୁଙ୍ଗୁରୁ ଭୋଳ ଏବଂ ବର୍ଷା; ହେବେ ସାତ ଜନମର ସାଥୀ
ଭାଇରାଲ ଯୋଡ଼ି ଟୁଙ୍ଗୁରୁ ଭୋଳ ଏବଂ ବର୍ଷା । ଏବେ ପୁଣି ପରସ୍ପର ହାତ ଧରିଲେ । କିଛିଦିନର ବ୍ୟବଧାନ ପରେ ପୁଣି ଏକାଠି ହେଲେ ଟୁଙ୍ଗୁରୁ ଏବଂ ବର୍ଷା। କିଛି ଦିନ ତଳେ ଖୁବ ଚର୍ଚ୍ଚାକୁ ଆସିଥିବା ଭାଇରାଲ ଯୋଡ଼ି ଟୁଙ୍ଗୁରୁ ଭୋଳ ଏବଂ ବର୍ଷା ଏବେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।
ମୁଣ୍ଡରେ ମୁକୁଟ, ବେକରେ ଫୁଲ ମାଳ ଆଉ ମଥାରେ ସିନ୍ଦୁର । ଭାଇରାଲ ହେଉଛି ଟୁଙ୍ଗୁୁରୁ ଓ ବର୍ଷାଙ୍କ ବିବାହ ପରର ଫଟୋ । ପୁଣି ଚର୍ଚ୍ଚାରେ ଲଭ୍ ଷ୍ଟୋରି । ଯାହା କହିଥିଲେ ତାହା କରି ଦେଖେଇଲେ ବର୍ଷା । ଦିନେ ଥାନା ଆଗରେ ହାତରେ ସିନ୍ଦୁର ଧରି ଚ୍ୟାଲେଞ୍ଜ ଦେଇ କହିଥିଲେ ଟୁଙ୍ଗୁରୁ ଭୋଳ ମୋର ।
ମୁଣ୍ଡରେ ମୁକୁଟ, ବେକରେ ଫୁଲ ମାଳ ଆଉ ମଥାରେ ସିନ୍ଦୁର । ସୋସିଆଲ ମିଡିଆରେ ଏହି ଫଟୋକୁ ନେଇ ଖୁବ ଚର୍ଚ୍ଚା ଯେ ବର୍ଷାଙ୍କୁ ମିଳିଯାଇଛି ତାଙ୍କ ଟୁଙ୍ଗୁରୁ ଭୋଳ । ବାହା ହୋଇଯାଇଛନ୍ତି ଦୁହେଁ । ତେବେ ଏହା କେତେ ସତ କେତେ ମିଛ ତାହା ଜଣାପଡିନି ।

ବର୍ଷା ଆଉ ଟୁଙ୍ଗୁର ଭୋଳଙ୍କ ଏହି ଫଟୋ ଏବେ ଭାଇାରାଲ ହେବାରେ ଲାଗିଛି । ୨୦୨୨ ମସିହାରେ ବେସ୍ ଚର୍ଚ୍ଚା ପାଲଟିଥିଲା ଟୁଙ୍ଗୁରୁ ବର୍ଷାଙ୍କ ଲଭ୍ ଷ୍ଟୋରୀ । ଟୁଙ୍ଗୁର ବାପା, ମା'ଙ୍କ ସହ ଫୁଲେଶ୍ୱରୀ ବସ୍ତିରେ ରହି ଅଟୋ ଚଳାଉଥିଲେ । ଭରତପୁର ଥାନା ଶରଧାପଲ୍ଳୀ ବସ୍ତିର ସୁଜୟନ୍ତି ଦିଗାଲ ଓରଫ ବର୍ଷା ଭୋଳଙ୍କୁ ଅଟୋରେ ନେବା ସମୟରେ ତାଙ୍କ ସହିତ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଏହା ଜାଣିବା ପରେ ବର୍ଷାଙ୍କ ସ୍ୱାମୀ ତାଙ୍କୁ ଛାଡ଼ି ପଳାଇଥିଲେ । ପରେ ବର୍ଷା ଟୁଙ୍ଗୁରଙ୍କୁ ବିବାହ କରିବାକୁ ଜିଦ ଧରିଥିଲେ ମଧ୍ୟ ସେ ରାଜି ହୋଇ ନ ଥିଲେ । ଦୁହିଁଙ୍କର ଗୀତ ବି ଆସିଥିଲା ।
ଶେଷରେ ବର୍ଷା ଫୁଲମାଳ, ସିନ୍ଦୂର ଏବଂ ଶଙ୍ଖା ଧରି ଭରତପୁର ଥାନା ସମ୍ମୁଖରେ ଧାରଣା ଦେଇଥିଲେ । ଏହି ଘଟଣା ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ପରେ ଟୁଙ୍ଗୁରୁ ଭୋଳ ବର୍ଷାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କରିଥିଲେ । ଏନେଇ ସେ ଥାନାରେ ଅଭିଯୋଗ ହୋଇଥିଲା । ବର୍ଷାଙ୍କ ର ବି ଜିଦ୍ ବାସ୍ ଗୋଟିଏ ଥିଲା ଟୁଙ୍ଗୁରୁ ଭୋଳକୁ ବାହା ହେବେ ଆଉ ଏବେ ୨ବର୍ଷ ପରେ ଦୁହିଁଙ୍କର ଏହି ଫଟୋ ଭାଇରାଲ ହେବାରେ ଲାଗିଛି ।












Click it and Unblock the Notifications