ସବୁ ସହରାଞ୍ଚଳକୁ ନଗର ଉନ୍ନୟନ ମନ୍ତ୍ରୀଙ୍କ ନିର୍ଦ୍ଦେଶ , ଏଣିକି ଟ୍ରାଫିକ୍‌ ପୋଷ୍ଟ ଡିଭାଇଡରରେ ଲାଗିବ ତୁଳସୀ ଗଛ

ଏବେ ସବୁ ଟ୍ରାଫିକ ପୋଷ୍ଟ ନିକଟ ଡିଭାଇଡରରେ ଲଗିବ ତୁଳସୀ ଗଛ । ଏନେଇ ସବୁ ପୌର ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ଆସନ୍ତା 20 ତାରିଖ ଦିନ ଏହି ଅଭିଯାନରେ ବ୍ୟାପକ ଭାବରେ ସହଭାଗିତା ହେବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ରାସ୍ତାରେ ଯିବା ସମୟରେ ଆମକୁ ଟ୍ରାଫିକ୍‌ରେ ଅଟକିବାକୁ ପଡୁଛି। ଡିଭାଇଡରରେ ବିଭିନ୍ନ ପ୍ରକାରର ଗଛ ଲାଗୁଛି। କିନ୍ତୁ ଡିଭାଇଡରରେ ଯଦି ତୁଳସୀ ଗଛ ଲାଗେ ତେବେ, ଟ୍ରାଫିକ୍‌ରେ କିଛି ସମୟ ପାଇଁ ଅଟକୁଥିବା ଯାତ୍ରୀ ଭଲ ଅକ୍ସିଜେନ ପାଇପାରିବେ ବୋଲି ଶ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ।

ଗଣମାଧ୍ୟମର ପ୍ରତିନିଧିଙ୍କୁ ପ୍ରତିକ୍ରିୟା ଦେଇ ଶ୍ରୀ ମହାପାତ୍ର କହିଛନ୍ତି, ରାସ୍ତାରେ ଯିବା ସମୟରେ ଭିଡ଼ ସମୟରେ ଆମକୁ ଟ୍ରାଫିକ୍‌ରେ ଅଟକିବାକୁ ପଡୁଛି। ଡିଭାଇଡରରେ ବିଭିନ୍ନ ପ୍ରକାରର ଗଛ ଲାଗୁଛି। ଏଠାରେ ତୁଳସୀ ଗଛ ଲାଗିଲେ ଆହୁରି ଭଲ ହେବ। ତୁଳସୀ ଗଛ ଲାଗିଲେ ଟ୍ରାଫିକ୍‌ରେ କିଛି ସମୟ ପାଇଁ ଅଟକୁଥିବା ଲୋକଙ୍କୁ ଭଲ ଅମ୍ଲଜାନ ମିଳିପାରିବ। ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ 'ତୁଳସୀ'ର ମହାନତା ରହିଛି। ଅମ୍ଲଜାନ ଦେଉଥିବା ଗଛ ଗୁଡ଼ିକ ମଧ୍ୟରେ ଏହାର ମଧ୍ୟ ଶ୍ରେଷ୍ଠତା ଅଛି। ବାୟୁମଣ୍ଡଳରେ ଅମ୍ଲଜାନର ମାତ୍ରା ବଢ଼ାଇବାରେ ସହାୟକ ହେବ। ତେଣୁ ଟ୍ରାଫିକ୍ ନିକଟ ଡିଭାଇଡରରେ ତୁଳସୀ ଗଛ ଲଗାଇବା ପାଇଁ ପଦକ୍ଷେପ ନିଆଯାଇଛି।

Tulsi trees

ଉଭୟ ଔଷଧୀୟ ଓ ଧାର୍ମିକ ଦୃଷ୍ଟିକୋଣରୁ 'ତୁଳସୀ'ର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଭଗବାନ ବିଷ୍ଣୁଙ୍କର ଅତି ପ୍ରିୟ ତୁଳସୀ। ତୁଳସୀ ପତ୍ର ବିନା ବିଷ୍ଣୁଙ୍କୁ ଭୋଗ ଅର୍ପଣ କରାଯାଏ ନାହିଁ। ସେଥିପାଇଁ ତ ତୁଳସୀଙ୍କ ନାମ ବୈଷ୍ଣବୀ, ବିଷ୍ଣୁ ବଲ୍ଲଭା, ହରିପ୍ରିୟା ଭାବେ ଜଣାଶୁଣା। ତୁଳସୀଙ୍କ ନାଁ ପୂର୍ବରୁ ଲାଗେ ଶ୍ରୀ ଯାହାକି ସୌଭାଗ୍ୟ, ଐଶ୍ୱର୍ଯ୍ୟର ପ୍ରତୀକ। ତୁଳସୀ ମୂଳରେ ଗଙ୍ଗା ଓ ଡାଳପତ୍ରରେ ଅନ୍ୟାନ୍ୟ ଦେବତାମାନେ ବାସ କରନ୍ତି ବୋଲି ବିଶ୍ବାସ କରାଯାଏ।

ଭକ୍ତମାନେ ବିଷ୍ଣୁଙ୍କୁ ସନ୍ତୁଷ୍ଟ କରିବା ପାଇଁ ୧୦୦୦ ତୁଳସୀ ମାଳ ଗୁନ୍ଥି ଅର୍ପଣ କରନ୍ତି। ତୁଳସୀର ଧାର୍ମିକ ଓ ଆଧ୍ୟାତ୍ମିକ ମହତ୍ତ୍ୱ ଯେତିକି, ତାଠାରୁ ଅଧିକ ଏହାର ଔଷଧୀୟ ଗୁଣ। ଆୟୁର୍ବେଦରେ ତୁଳସୀର ଗୁଣ ବିଷୟରେ ବର୍ଣ୍ଣନା କରାଯାଇଛି। ଆଜିକାଲି ତୁଳସୀ ପତ୍ରଯୁକ୍ତ ହର୍ବଲଟି ସମସ୍ତଙ୍କର ପ୍ରିୟ ପାଲଟିଛି। ପିଲାଙ୍କର ସ୍ମୃତିଶକ୍ତି ବର୍ଧକ ଭାବେ ଏହା ବ୍ୟବହାର କରାଯାଉଛି। ପ୍ରତିଦିନ କିଛି ତୁଳସୀ ପତ୍ର ଚୋବାଇ ଖାଇଲେ ଥଣ୍ଡା ଜ୍ୱରରୁ ଉପଶମ ମିଳିଥାଏ। ତାଛଡା ମୂଖଗହ୍ୱର କ୍ଷତ ବା ସଂକ୍ରାମଣରୁ ରକ୍ଷା ପାଇବାକୁ ହେଲେ କିଛି ତୁଳସୀ ପତ୍ର ଚୋବାଇ ଖିଆଯାଇପାରେ। ତୁଳସୀ ପତ୍ରକୁ ଖରାରେ ଶୁଖାଇ ତାହାର ଚୂର୍ଣ୍ଣରେ ଦାନ୍ତ ଘଷିଲେ ମାଢି ଶକ୍ତ ରହେ। ଏତଦ୍‌ ବ୍ୟତୀତ ସ୍ବାସ୍ଥ୍ୟ ପାଇଁ ତୁଳସୀକୁ ଆହୁରି ଅନେକ ଉପାୟରେ ବ୍ୟବହାର କରାଯାଇଥାଏ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+