ଟ୍ରମ୍ପଙ୍କ କଟକଣା ପାଇଁ ଓଡ଼ିଶା ଚିଙ୍ଗୁଡ଼ି ଚାଷ ଉପରେ ବଢିବ ବଡ ପ୍ରଭାବ !

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତୀୟ ଆମଦାନୀ ଉପରେ ୫୦ ପ୍ରତିଶତ ଶୁଳ୍କ ଘୋଷଣା ଓଡ଼ିଶାର ଚିଙ୍ଗୁଡ଼ି ଓ ସାମୁଦ୍ରିକ ଖାଦ୍ୟ ରପ୍ତାନି ଉପରେ ଗଭୀର ପ୍ରଭାବ ପକାଇବ। ଓଡ଼ିଶା ଦେଶର ଅନ୍ୟତମ ପ୍ରମୁଖ ସାମୁଦ୍ରିକ ଖାଦ୍ୟ ରପ୍ତାନିକାରୀ ରାଜ୍ୟ ହୋଇଥିବା ବେଳେ, ଏହାର ମୋଟ ଚିଙ୍ଗୁଡ଼ି ଓ ସାମୁଦ୍ରିକ ଖାଦ୍ୟ ରପ୍ତାନିର ପ୍ରାୟ ୭୦ ପ୍ରତିଶତ ଆମେରିକାକୁ ହୋଇଥାଏ। ବାର୍ଷିକ ୨୦୦୦ କୋଟି ଟଙ୍କାର ଚିଙ୍ଗୁଡ଼ି ଓ ଅନ୍ୟାନ୍ୟ ସାମୁଦ୍ରିକ ଖାଦ୍ୟ ରପ୍ତାନି ମାଧ୍ୟମରେ ଓଡ଼ିଶା ବିଦେଶୀ ମୁଦ୍ରା ଉପାର୍ଜନ କରିଥାଏ। କିନ୍ତୁ, ଏହି ଚଢ଼ା ଶୁଳ୍କ ଯୋଗୁଁ ରପ୍ତାନି ୭୦ ପ୍ରତିଶତ ହ୍ରାସ ପାଇବା ଆଶଙ୍କା ଦେଖାଦେଇଛି, ଯାହା ରାଜ୍ୟର ଚିଙ୍ଗୁଡ଼ି ଚାଷୀ ଓ ରପ୍ତାନିକାରୀଙ୍କ ମଧ୍ୟରେ ଚିନ୍ତା ସୃଷ୍ଟି କରିଛି।

Trump s

ଓଡ଼ିଶାର ଚିଙ୍ଗୁଡ଼ି ରପ୍ତାନିର ସିଂହଭାଗ ଆମେରିକା ବଜାର ଉପରେ ନିର୍ଭରଶୀଳ। ଏତେ ଉଚ୍ଚ ଶୁଳ୍କ ଲାଗୁ ହେବା ଫଳରେ ଆମେରିକାରେ ଓଡ଼ିଶାର ଚିଙ୍ଗୁଡ଼ି ପ୍ରତିଯୋଗିତାମୂଳକ ବଜାରରେ ତିଷ୍ଠିବା କଷ୍ଟକର ହେବ। ଟ୍ରମ୍ପ ଇକ୍ୱେଡର ଉପରେ ୧୫ ପ୍ରତିଶତ ଏବଂ ଇଣ୍ଡୋନେସିଆ ଉପରେ ୧୯ ପ୍ରତିଶତ ଶୁଳ୍କ ଲାଗୁ କରିଥିବା ବେଳେ, ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରାଯାଇଛି। ଏହି ଶୁଳ୍କ ପାର୍ଥକ୍ୟ ଯୋଗୁଁ ଇକ୍ୱେଡର ଓ ଇଣ୍ଡୋନେସିଆ ଭଳି ପ୍ରତିଯୋଗୀ ଦେଶମାନଙ୍କ ସହ ଓଡ଼ିଶା ଓ ଭାରତର ଚିଙ୍ଗୁଡ଼ି ରପ୍ତାନିକାରୀମାନେ ଆମେରିକା ବଜାରରେ ପ୍ରତିଯୋଗିତା କରିବାରେ ଅସମର୍ଥ ହେବେ। ବଜାର ବିଶ୍ଳେଷକଙ୍କ ମତରେ, ଏହି ଶୁଳ୍କ ଯୋଗୁଁ ଆମେରିକାର ଗ୍ରାହକମାନେ ଓଡ଼ିଶା କିମ୍ବା ଭାରତର ଚିଙ୍ଗୁଡ଼ି କିଣିବାକୁ ଅନିଚ୍ଛୁକ ହେବେ।

ଏହା କେବଳ ରପ୍ତାନିକାରୀଙ୍କୁ ନୁହେଁ, ଓଡ଼ିଶାର ୧୦ ହଜାରରୁ ଅଧିକ ଚିଙ୍ଗୁଡ଼ି ଚାଷୀଙ୍କ ଜୀବିକା ଉପରେ ମଧ୍ୟ ଗଭୀର ପ୍ରଭାବ ପକାଇବ। ଓଡ଼ିଶାରେ ଚିଙ୍ଗୁଡ଼ି ଚାଷ ମୁଖ୍ୟତଃ ରପ୍ତାନି ଉଦ୍ଦେଶ୍ୟରେ କରାଯାଇଥାଏ। ଏହା ସହିତ, ଚିଙ୍ଗୁଡ଼ି ପ୍ରକ୍ରିୟାକରଣ ଶିଳ୍ପରେ କାର୍ଯ୍ୟରତ ହଜାର ହଜାର କର୍ମଚାରୀଙ୍କ ଜୀବିକା ମଧ୍ୟ ପ୍ରଭାବିତ ହେବ। ବଜାର ବିଶ୍ଳେଷକଙ୍କ ମତରେ, ଉଚ୍ଚ ଶୁଳ୍କ ଯୋଗୁଁ ରପ୍ତାନିକାରୀମାନେ ଆମେରିକାରୁ ଅର୍ଡର ଗ୍ରହଣ ବନ୍ଦ କରିଦେଇଛନ୍ତି, କାରଣ ଏତେ ଚଢ଼ା ଶୁଳ୍କରେ ସେଠାରେ ସାମଗ୍ରୀ ବିକ୍ରି କରିବା ଅସମ୍ଭବ।

ବର୍ତ୍ତମାନ ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟ ରାଜିନାମା ନେଇ ୫ଟି ପର୍ଯ୍ୟାୟ ଆଲୋଚନା ହୋଇସାରିଥିବା ବେଳେ, କୌଣସି ନିଷ୍କର୍ସ ବାହାରି ପାରିନାହିଁ। ଷଷ୍ଠ ପର୍ଯ୍ୟାୟ ଆଲୋଚନା ଚଳିତ ମାସରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ। ଯଦି ଏହି ଆଲୋଚନାରେ ଶୁଳ୍କ ସଂଶୋଧନ ନେଇ ଅଗ୍ରଗତି ହୁଏ, ତେବେ ଓଡ଼ିଶାର ଚିଙ୍ଗୁଡ଼ି ଓ ସାମୁଦ୍ରିକ ଖାଦ୍ୟ ରପ୍ତାନି ପୁନର୍ବାର ଆରମ୍ଭ ହୋଇପାରେ। ନଚେତ୍, ରାଜ୍ୟର ଚିଙ୍ଗୁଡ଼ି ରପ୍ତାନି ଶିଳ୍ପ ଏବଂ ଏହା ସହ ଜଡ଼ିତ ଚାଷୀ ଓ କର୍ମଚାରୀଙ୍କ ଜୀବିକା ଉପରେ ଗଭୀର ସଙ୍କଟ ଦେଖାଦେବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+