ସମ୍ବଲପୁରରେ ପଶ୍ଚିମବଙ୍ଗ ଧାନ ବୋଝେଇ ଟ୍ରକ
Sambalpur News: ସମ୍ବଲପୁରରେ ଜବତ ହେଲା ପଶ୍ଚିମବଙ୍ଗ ନମ୍ବର ଥିବା ଧାନ ବୋଝେଇ ଟ୍ରକ । ଧାନକଉଡ଼ା ବ୍ଲକ ସାତୁପାଲି ନିକଟରେ ଯୋଗାଣ ବିଭାଗ ଜବତ କରିଛି ତେବେ ଘଟଣାସ୍ଥଳରୁ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଥିବା ନେଇ ସୂଚନା ରହିଛି ।
ସୂଚନା ଅନୁସାରେ, ପଶ୍ଚିମବଙ୍ଗର ଏକ ଧାନ ବୋଝେଇ ଟ୍ରକ ଦେଖି ସ୍ଥାନୀୟ ଚାଷୀ ଯୋଗାଣ ବିଭାଗକୁ ଖବର ସୂଚନା ଦେଇଥିଲେ । ଜବତ ଟ୍ରକ ନମ୍ବରଟି ହେଉଛି WB33-B-0145 । ଖବର ମିଳିବା ପରେ ଯୋଗାଣ ବିଭାଗ ଅଧିକାରୀ, ଧନକଉଡ଼ା ବ୍ଲକ ଯୋଗାଣ ନିରୀକ୍ଷକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ଘଟଣାସ୍ଥଳରୁ ଟ୍ରକ ଡ୍ରାଇଭର୍ ଫେରାର ଥିବା ନେଇ ସୂଚନା ରହିଛି ।

ତେବେ ଧାନ ଓ ଟ୍ରକର ମାଲିକ ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡା ଅଞ୍ଚଳର ଜଣେ ବ୍ୟକ୍ତି ସେ ଗାଡ଼ି ଡକ୍ୟୁମେଣ୍ଟ ଦେଖାଇଥିଲେ ହେଲେ ଧାନ ବିଷୟରେ କୌଣସି ସ୍ପଷ୍ଟ ସୂଚନା ସେ ଦେଇପାରିନଥିଲେ । ଯୋଗାଣ ବିଭାଗ ଧାନ ବୋଝେଇ ଟ୍ରକକୁ ଜବତ କରି କର୍ଡୋଲା ପଞ୍ଚାୟତର ଏକ ରାଇସ୍ ମିଲରେ ରଖିଛି। କାଗଜପତ୍ର ଜବତ କରି ଅଧିକ ତଦନ୍ତ କରୁଛି ଯୋଗାଣ ବିଭାଗ।












Click it and Unblock the Notifications