ବୋହୁ ଆଖି ଆଗରେ ଶାଶୁ ଉପରେ ଚଢ଼ିଗଲା ହାଇୱା
ହାଇୱା ଧକ୍କାରେ ବୋହୁର ସ୍କୁଟି ପଛପଟେ ବସିଥିବା ଶାଶୁଙ୍କ ଚାଲିଗଲା ଜୀବନ । ବୋହୁ ଆଖି ଆଗରେ ଶାଶୁ ଉପରେ ଚଢ଼ିଗଲା ହାଇୱା । ଏମିତି ଲୋମଟାଙ୍କୁରା ଘଟଣା ଘଟିଛି ଯାଜପୁର ବିଞ୍ଝାରପୁର ଥାନା ମଇଁନ୍ଦା ପେଟ୍ରୋଲ ପମ୍ପ ନିକଟରେ ।

ଯାଜପୁର: ହାଇୱା ଧକ୍କାରେ ବୋହୁର ସ୍କୁଟି ପଛପଟେ ବସିଥିବା ଶାଶୁଙ୍କ ଚାଲିଗଲା ଜୀବନ । ବୋହୁ ଆଖି ଆଗରେ ଶାଶୁ ଉପରେ ଚଢ଼ିଗଲା ହାଇୱା । ଏମିତି ଲୋମଟାଙ୍କୁରା ଘଟଣା ଘଟିଛି ଯାଜପୁର ବିଞ୍ଝାରପୁର ଥାନା ମଇଁନ୍ଦା ପେଟ୍ରୋଲ ପମ୍ପ ନିକଟରେ । ମୃତ ମହିଳା ହେଲେ ଚନ୍ଦ୍ରମୁଁ ପଞ୍ଚାୟତ ବାଣପୁର ଗ୍ରାମର ସ୍ଵର୍ଣ୍ଣଳତା ରାଉତ । ସ୍ୱର୍ଣ୍ଣଲତା ତାଙ୍କ ବୋହୁ ସହ ସ୍କୁଟିରେ ଆସୁଥିବା ସମୟରେ ପଛପଟୁ ହାଇୱା ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ଶାଶୁ ସ୍ୱର୍ଣ୍ଣଲତାଙ୍କ ମୃତ୍ୟୁ ହୋଇଥିବା ବେଳେ ବୋହୂ ବର୍ତ୍ତି ଯାଇଥିଲେ। ଗୁରୁତର ବୋହୂଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଆଉ କିଛି ସମୟରେ ଘରେ ପହଞ୍ଚିଥାନ୍ତେ। ମାତ୍ର ତା' ପୂର୍ବରୁ ଘଟିଲା ଅଘଟଣ । ଏକ ଡମ୍ପର ଧକ୍କାରେ ଉଜୁଡ଼ିଗଲା ହସଖୁସିର ସଂସାର। ଝିଅ ଆଗରେ ମା' ଉପରେ ଚଢ଼ିଗଲା ଡମ୍ପର। ଘଟଣାସ୍ଥଳରେ ହିଁ ଚାଲିଗଲା ମା'ର ଜୀବନ । ଏପରି ମର୍ମନ୍ତୁଦ ଦୁର୍ଘଟଣା ଆଜି ଯାଜପୁର ଜିଲ୍ଲା ବିଞ୍ଛାରପୁର ଥାନା ଅନ୍ତର୍ଗତ ମଇନ୍ଦା ପେଟ୍ରୋଲ ପମ୍ପ ଛକ ନିକଟରେ ଘଟିଛି। ମୃତା ମହିଳାଜଣକ ହେଲେ ଜଣକ ବିଞ୍ଝାରପୁର ବ୍ଲକ୍ ବାଣପୁର ଗ୍ରାମର ସ୍ୱର୍ଣ୍ଣଲତା ରାଉତ ।
ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହେବା ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରାଯାଇଛି l ବିଞ୍ଝାରପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଗାଡିଟିକୁ ଜବତ କରିବା ସହ ଚାଳକକୁ ଅଟକ ରଖିଛି । ଘଟଣା ସ୍ଥଳରେ ବିଞ୍ଝାରପୁର ପୋଲିସ ପହଞ୍ଚି ବୁଝାସୁଝା କରୁଛି ।
ସୂଚନା ଅନୁସାରେ, ସ୍ୱର୍ଣ୍ଣଲତା ଓ ତାଙ୍କ ବୋହୁ କୌଣସି କାମରେ ନିକଟସ୍ଥ ବଜାରକୁ ଆସିଥିଲେ। କାମ ସାରି ଦିନ ପ୍ରାୟ ପାଖାପାଖି ୧୨ଟା ବେଳେ ମା' ବୋହୁ ସ୍କୁଟି ଯୋଗେ ଘରକୁ ଫେରୁଥିଲେ । ଆଉ ମାତ୍ର ୨ କିମି ପରେ ଘରେ ପହଞ୍ଚିଥାନ୍ତେ । ହେଲେ ତା' ପୂର୍ବରୁ ସବୁ କିଛି ଓଲଟପାଲଟ ହୋଇଗଲା । ଦ୍ରୁତ ଗତିରେ ଆସୁଥିବା ଏକ ଡମ୍ପର ପେଟ୍ରୋଲ ପମ୍ପ ଛକ ନିକଟରେ ସ୍କୁଟିକୁ ପଛରୁ ଧକ୍କା ଦେଇଥିଲା। ଫଳରେ ସ୍ୱର୍ଣ୍ଣଲତା ପଡ଼ିଯିବାରୁ ତାଙ୍କ ଉପରେ ଚଢ଼ି ଯାଇଥିଲା ଡମ୍ପର । ଘଟଣା ସ୍ଥଳରେ ସ୍ୱର୍ଣ୍ଣଲତାଙ୍କ ଜୀବନ ଚାଲି ଯାଇଥିବା ବେଳେ ଦୂରକୁ ଛିଟିକି ପଡ଼ିଥିବା ତାଙ୍କ ବୋହୁ ଗୁରୁତର ଭାବେ ଆହତ ହୋଇଛନ୍ତି ।












Click it and Unblock the Notifications