ଅଟୋକୁ ଧକ୍କା ଦେଲା ଟ୍ରକ୍ : ଘଟଣାସ୍ଥଳରେ ୨ ମୃତ, ଜଣେ ଗୁରୁତର
ଅଟୋକୁ ଧକ୍କା ଦେଲା ଟ୍ରକ୍ । ଘଟଣାସ୍ଥଳରେ ୨ ମୃତ, ଜଣେ ଗୁରୁତର । ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ସଇଁତଳା ଥାନା ଜାତୀୟ ରାଜପଥ ୨୬ ଲୁହୁରାପାଲି ଛକ ନିକଟରେ ।
ବଲାଙ୍ଗିର: ଅଟୋକୁ ଧକ୍କା ଦେଲା ଟ୍ରକ୍ । ଘଟଣାସ୍ଥଳରେ ୨ ମୃତ, ଜଣେ ଗୁରୁତର । ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ସଇଁତଳା ଥାନା ଜାତୀୟ ରାଜପଥ ୨୬ ଲୁହୁରାପାଲି ଛକ ନିକଟରେ । ଆଜି ଭୋର ୫ଟା ସମୟରେ ଏକ ଟ୍ରକ୍ ଓ ଅଟୋ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ହେଲେ ଶିଶକେଲା ଗ୍ରାମର ସୁବଳ ସାହୁ , କୈବଲ୍ୟ ମାଝୀ ଏବଂ ଗୁରୁତର ବ୍ୟକ୍ତି ଜଣକ ଦେବାଶିଷ ସାହୁ ।

ମିଳିଥିବା ସିସକେଲା ଗାଁର ସୁବଳ ସାହୁ, ତାଙ୍କ ପୁଅ ଦେବାଶିଷ ଓ କୈବଲ୍ୟ ମାଝୀ କୁଇକେଡ଼ା ବଜାରକୁ ମିଠା ବିକ୍ରି କରିବାକୁ ଯାଉଥିଲେ। ସେମାନେ ଏକ ଡାଲା ଅଟୋରେ ସେଠାକୁ ଯାଉଥିବା ବେଳେ ୨୬ ନମ୍ବର ଜାତୀୟ ରାଜପଥରେ ଲୁହୁରାପାଳି ଛକରେ ବିପରୀତ ଦିଗରୁ ଆସୁଥିବା ଏକ ମାଲ୍ ବୋଝେଇ ଟ୍ରକ୍ ସହିତ ସେମାନଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା।
ଡାଲା ଅଟୋ ସଂପୂର୍ଣ୍ଣ ଭାଙ୍ଗିରୁଜି ଯାଇଥିବା ବେଳେ ଟ୍ରକ୍ଟି ମଧ୍ୟ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ସୁବଳ ଓ କୈବଲ୍ୟଙ୍କର ଘଟଣାସ୍ଥଳରେ ମୃତ୍ୟ ଘଟିଥିଲା। ଦେବାଶିଷ ଓ ଟ୍ରକ୍ ଡ୍ରାଇଭର ଆହତ ହୋଇଛନ୍ତି। ଉଭୟଙ୍କୁ ସଇଁତଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ଗୁରୁତର ଥିବାରୁ ଦେବାଶିଷଙ୍କୁ ବଲାଙ୍ଗିର ସ୍ଥାନାନ୍ତର କରାଯାଇଛି।












Click it and Unblock the Notifications