ଯାତ୍ରୀବାହୀ ବସକୁ ମୁହାଁମୁହିଁ ପିଟିଲା ଟ୍ରକ୍, ୧୫ ଆହତ, ୫ଗୁରୁତର
ଯାତ୍ରୀବାହୀ ବସକୁ ମୁହାଁମୁହିଁ ପିଟିଲା ଟ୍ରକ୍ । ୧୫ ଜଣ ଆହତ ହୋଇଥିବା ବେଳେ ୫ ଜଣ ଗୁରୁତର ଅଛନ୍ତି । ଆହତମାନଙ୍କୁ ତୁରନ୍ତ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି ।

ବୌଦ୍ଧ:ଯାତ୍ରୀବାହୀ ବସକୁ ମୁହାଁମୁହିଁ ପିଟିଲା ଟ୍ରକ୍ । ୧୫ ଜଣ ଆହତ ହୋଇଥିବା ବେଳେ ୫ ଜଣ ଗୁରୁତର ଅଛନ୍ତି । ଆହତମାନଙ୍କୁ ତୁରନ୍ତ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ପୁରୁଣାକଟକ ଥାନା ଚାରିଛକ ନିକଟରେ ଏହି ଦୁର୍ଘଟଣା ଘଟିଥିଲା ।
୪୦ ଯାତ୍ରୀଙ୍କୁ ଧରି 'ସାହିଲ୍' ନାମକ ଏକ ବସ ବଡମ୍ବାରୁ ବଲାଙ୍ଗିର ଯାଉଥିବା ସମୟରେ ସାମ୍ନାରୁ ଆସୁଥିବା ଏକ ଟ୍ରକ ସହ ଚାରି ଛକ ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା । ବସଟି ଭାରସ୍ୟାମ ହରାଇ ରାସ୍ତା କଡକୁ ଖସି ପଡିଥିଲା । ଏହି ଦୁର୍ଘଟଣାରେ ୧୫ ଯାତ୍ରୀ ଆହତ ହୋଇଛନ୍ତି ସେହିପରି ୫ ଜଣ ଗୁରୁତର ଅଛନ୍ତି । ଆହତ ମାନଙ୍କୁ ତୁରନ୍ତ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି ଏବଂ ଗୁରୁତରଙ୍କୁ ବୌଦ୍ଧ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସେପଟେ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।












Click it and Unblock the Notifications