ଓଭରବ୍ରିଜରୁ ଖସିଲା ଟ୍ରକ, ୨ ମୃତ

ଓଭରବ୍ରିଜରୁ ଖସିଲା ଟ୍ରକ, ୨ ମୃତ

କୋଇଡା: ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ଅନ୍ତର୍ଗତ କାଲଟା ଫାଣ୍ତି ନିକଟରେ ଆଜି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ଖସିପଡ଼ିଲା ଟ୍ରକ୍ ତୋଡା ଓଭରବ୍ରିଜରୁ ୫୦ ଫୁଟ ତଳକୁ ଖସି ପଡିଛି । ଘଟଣାସ୍ଥଳରେ ଟ୍ରକ୍, ଡ୍ରାଇଭର୍ ଓ ହଲପର୍ ମୃତ । ମୃତକ ଦ୍ୱୟଙ୍କର ପରିଚୟ ମିଳି ନାହିଁ । କୋଇଡ଼ାରୁ ଖଣିଜ ପଦାର୍ଥ ନେଇ ରାଉରକେଲା ଯାଉଥିଲା ଟ୍ରକ୍ ।

ODISHA.ACCIDENT

ସୂଚନା ଅନୁସାରେ, ଆଜି କୋଇଡ଼ାରୁ ଖଣିଜ ପଦାର୍ଥ ନେଇ ରାଉରକେଲା ଯାଉଥିଲା ଟ୍ରକ୍ । ଏହି ସମୟରେ ତୋଡ଼ା ବ୍ରିଜ ନିକଟରେ ଟ୍ରକ୍‌ଟି ଭାରସାମ୍ୟ ହରାଇ ବ୍ରିଜର ୫୦ ଫୁଟ୍‌କୁ ତଳକୁ ଖସିପଡିଥିଲା । ଡ୍ରାଇଭର ଓ ହେଲପରଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ପୋଲିସ ପହଁଚି ମୃତ ଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+