PCR'କୁ ଚାପିଦେଲା ଟ୍ରକ, ୨ ପୋଲିସ କର୍ମଚାରୀଙ୍କ ମୃତ୍ୟୁ
Cuttack Accident News: PCR'କୁ ଚାପିଦେଲା ଟ୍ରକ, ୨ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁର ଆହତ ହୋଇଛନ୍ତି । ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । କଟକ-ପାରାଦୀପ ରାସ୍ତା ଗତିରାଉତପାଟଣାରେ ଏପରି ଦୁର୍ଘଟଣା ଘଟିଥିବା ନେଇ ସୂଚନା ରହିଛି ।

ସୂଚନା ଅନୁସାରେ, କଟକ ଗତିରାଉତ ପାଟଣା କେନାଲ ରାସ୍ତାରେ ଦୁର୍ଘଟଣା ଘଟିଛି । ପିସିଆର୍ ଉପରେ ଏକ ବାଲି ବୋଝେଇ ଟ୍ରକ ଚଢି ଯାଇଥିଲା ଫଳରେ ଘଟଣାସ୍ଥଳରେ ୨ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି ।
ଜଣେ OAPF ଯବାନଙ୍କ ସହ ହୋମଗାର୍ଡଙ୍କ ମୃତ୍ୟୁ ହୋଇଛି । ସେହିପରି ଜଣେ ଗୁରୁତର ପୋଲିସ କର୍ମଚାରୀଙ୍କୁ ଏସସିବି'ରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଟ୍ରକକୁ ଜବତ କରିବା ସହ ଟ୍ରକ ଡ୍ରାଇଭରକୁ ମଧ୍ୟ ଅଟ ରଖି ପଚରାଉରଚା କରୁଛି ବର୍ତ୍ତମାନ ତଦନ୍ତ ଆରମ୍ଭ ଜାରି ରହିଛି । ପିସିଆରଟି CRRI ଥାନାର ବୋଲି ସୂଚନା ରହିଛି ।












Click it and Unblock the Notifications