ସ୍କୁଲ ବସକୁ ଧକ୍କା ଦେଲା ଟ୍ରକ୍: ୧୭ ଛାତ୍ରଛାତ୍ରୀ ଆହତ
Accident News: ଢେଙ୍କାନାଳ ୫୫ ନମ୍ବର ଜାତୀୟ ରାଜପଥ ଶକ୍ତି ସୁଗର ନିକଟରେ ସ୍କୁଲ ବସକୁ ଧକା ଦେଲା ଟ୍ରଲର ଫଳରେ ୧୭ ଜଣ ଛାତ୍ରଛାତ୍ରୀ ଆହତ ହୋଇଥିବା ନେଇ ସୂଚନା ରହିଛି । ସମସ୍ତ ଆହତ ଛାତ୍ରଛାତ୍ରୀଙ୍କୁ ତୁରନ୍ତ ଉଦ୍ଧାର କରି ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସମସ୍ତଙ୍କ ଚିକିତ୍ସା ଜାରି ରହିଛି । ବସରେ ପ୍ରାୟ ୩୦ରୁ ଅଧିକ ଛାତ୍ରଛାତ୍ରୀ ଥିବା ନେଇ ସୂଚନା ରହିଛି ।

ସୂଚନା ଅନୁସାରେ, ଆଜି ସକାଳ ଏକ ସ୍କୁଲ ବସ୍ ବସଟି ଛାତ୍ରଛାତ୍ରୀଙ୍କୁ ନେଇ ଯିବା ସମୟରେ ଏକ ଟ୍ରଲର ସ୍କୁଲ ବସକୁ ପଛରୁ ଧକ୍କା ଦେଇଥିଲା । ଯାହା ଫଳରେ ୧୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ସମେତ ଜଣେ ଶିକ୍ଷକ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରି ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି, ପ୍ରାଥମିକ ଚିକିତ୍ସା ପରେ ଛାତ୍ରଛାତ୍ରୀଙ୍କୁ ଘରକୁ ପଠାଯାଇଛି ।












Click it and Unblock the Notifications