ସୁବର୍ଣ୍ଣରେଖା କେନାଲକୁ ଖସିଲା ଟ୍ରକ୍: ୨ମୃତ
Accident News: ସୁବର୍ଣ୍ଣରେଖା କେନାଲକୁ ଏକ ମାଲ ବୋଝେଇ ଟ୍ରକ୍ ଖସି ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ଘଟିଛି । ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଜଗନ୍ନାଥଖୁଣ୍ଟା ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ତେବେ ମୃତ ଦ୍ୱୟ ଆନ୍ଧ୍ରପ୍ରେଦଶର ବୋଲି ସୂଚନା ରହିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତ୍ରିରେ ପ୍ଲାଇ ବୋଡ ବୋଝେଇ ଏକ ଟ୍ରକ୍ ଆନ୍ଧ୍ରରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ସମୟରେ ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଜଗନ୍ନାଥଖୁଣ୍ଟା ଛକ ନିକଟରେ ଭାବସ୍ୟାମ ହରାଇ ସୁବର୍ଣ୍ଣରେଖା କେନାଲକୁ ଖସିପଡିଥିଲା । ଫଳରେ ଟ୍ରକ୍ ଡ୍ରାଇଭ ଏବଂ ହେଲପର୍ ଉଭୟକର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ଖବର ପାଇଁ ବାଙ୍ଗିରିପୋଷି ଅଗ୍ନିଶମ ବିଭାଗ ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ମୃତ୍ୟୁ ଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।












Click it and Unblock the Notifications