୫ ବାଇକ ଓ ୨ କାର୍ ଉପରେ ମାଡ଼ିଗଲା ଟ୍ରକ୍: ଜଣେ ମୃତ, ୬ ଆହତ
କାର୍ ଓ ବାଇକ୍ ଉପରେ ମାଡ଼ିଗଲା ଟ୍ରକ୍ । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି । ଆଜି ସନ୍ଧ୍ୟାରେ ଜଗତପୁର ଖଇରା ପୋଲ ନିକଟରେ ଘଟିଛି ଅଘଟଣ ।
କଟକ: କାର୍ ଓ ବାଇକ୍ ଉପରେ ମାଡ଼ିଗଲା ଟ୍ରକ୍ । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି । ଆଜି ସନ୍ଧ୍ୟାରେ ଜଗତପୁର ଖଇରା ପୋଲ ନିକଟରେ ଘଟିଛି ଅଘଟଣ । ଭାରସାମ୍ୟ ହରାଇ ୫ଟି ବାଇକ୍ ଓ ୨ ଟି କାର୍ ଉପରେ ମାଡ଼ିଗଲା ଏକ ଟ୍ରକ୍ । ତେବେ କାର୍ ଓ ବାଇକ୍ ଉପରେ ମାଡ଼ିଯାଇ ଦୋକାନ ଭିତରକୁ ପଶିଗଲା ଟ୍ରକ୍ ।

ଦୁର୍ଘଟଣାରେ ୬ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ଭିତରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଏହାକୁ ନେଇ ଘଟଣା ସ୍ଥଳରେ ଉତ୍ତେଜନା ଦେଖା ଦେଇଛି । ଦୁର୍ଘଟଣାରେ ଆହତ ୭ ଜଣ ଏସସିବି ସ୍ଥାନାନ୍ତର କରାଯାଇଛି ।
ସୂଚନା ମୁତାବକ, ସାଲେପୁର-ଖଇରା ରାସ୍ତାର ଜନଗହଳି ପୂର୍ଣ୍ଣ ଖଇରା ପୋଲ ନିକଟରେ ଗାଡ଼ିଗୁଡ଼ିକ ଥୋଇ ଲୋକେ ଏଠାରେ ଥିବା ଫଳ ଦୋକାନରୁ ଫଳ କିଣୁଥିଲେ। ଏହି ସମୟରେ ଗୋଟିଏ ଟ୍ରକ୍ ଦୃତଗତିରେ ଆସି ରାସ୍ତା ପାର୍ଶ୍ୱରେ ରହିଥିବା ବାଇକ୍ ଓ କାରଗୁଡ଼ିକୁ ଧକ୍କା ଦେଇଥିଲା। ଫଳରେ ଏହି ଗାଡ଼ିଗୁଡ଼ିକ ଫଳ ଦୋକାନ ଭିତରେ ପଶି ଯାଇଥିଲା। ଟ୍ରକ୍ଟି ମଧ୍ୟ ଫଳ ଦୋକାନରେ ମାଡ଼ ହୋଇଥିଲା।












Click it and Unblock the Notifications