Get Updates
Get notified of breaking news, exclusive insights, and must-see stories!

ବିଧାନସଭା ପରିସରରେ ସ୍ବର୍ଗତ ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ଦିଆଗଲା ଗାର୍ଡ ଅଫ ଅନର

ବିଧାନସଭା ପରିସରରେ ସ୍ବର୍ଗତ ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ଦିଆଗଲା ଗାର୍ଡ ଅଫ ଅନର । ଶଙ୍ଖ ଭବନରୁ ବିଧାନସଭା ପରିସରକୁ ନିଆଯାଇ ଗାର୍ଡ ଅଫ ଅନର ଦିଆଯାଇଛି ।

ସ୍ବର୍ଗତ ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ନୟାପଲ୍ଲୀ ବାସଭବନରେ ଶେଷ ଦର୍ଶନ ପରେ ଶଙ୍ଖ ଭବନ ନିଆଯାଇଥିଲା । ସେଠାରେ ବହୁ ବିଶିଷ୍ଟ ବ୍ୟକ୍ତି ସ୍ବର୍ଗତ ପାତ୍ରଙ୍କ ଶେଷ ଦର୍ଶନ କରିବା ପରେ ତାଙ୍କ ମରଶରୀରକୁ ବିଧାନସଭା ପରିସରକୁ ନିଆଯାଇଥିଲା । ସେଠାରେ ତାଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯିବା ସହ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା ।

ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବର୍ଗତ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଶେଷ ଦର୍ଶନ କରିବା ସହ ତାଙ୍କ ପୁଅ ଓ ଝିଅଙ୍କୁ ସମବେଦନା ଜଣାଇଥିଲେ । ସ୍ବର୍ଗତ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଶେଷ ଦର୍ଶନ କରିଥିଲେ 5T ସଚିବ ଭି.କେ. ପାଣ୍ଡିଆନ୍ ।

surya_patra

ଦିଗପହଣ୍ଡିରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ସ୍ବର୍ଗତ ସୂର୍ଯ୍ୟନାରାୟଣ ପାତ୍ରଙ୍କ ଶେଷକୃତ୍ୟ । ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ବିୟୋଗରେ ଭାଙ୍ଗି ପଡ଼ିଛି ପୂରା ପରିବାର । ସୂର୍ଯ୍ୟଙ୍କ ଶବ ନିକଟରେ ଲୁହ ଗଡ଼ାଉଛନ୍ତି ସାରା ପରିବାର ।

ସେ ଜଣେ ଦକ୍ଷ ପ୍ରଶାସକ ତଥା ସଂଗଠକ ଥିଲେ ସୂର୍ଯ୍ୟ ପାତ୍ର । ଓଡ଼ିଶାର ବିକାଶରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା । ସ୍ବର୍ଗତ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଚକ୍ଷୁ ଦାନ ହୋଇଛି । ଡାକ୍ତରୀ ଟିମ୍ ଆଖି ନେବା ସହ ପ୍ରମାଣପତ୍ର ଦେଇଛନ୍ତି ।

ଗଂଜାମ ରାଜନୀତିରେ ସେ ଜଣେ ଚର୍ଚ୍ଚିତ ଚେହେରା ଥିଲେ । ସେ ରାଜସ୍ବ, ଶକ୍ତି, ଯୋଗାଣ, ପରିବେଶ, ସଂସ୍କୃତି ଓ ସୂଚନା ଲୋକସଂପର୍କ ବିଭାଗର ମନ୍ତ୍ରୀ ରହିଥିଲେ । ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ମନ୍ତ୍ରୀ ହୋଇ ନିଜର ଦକ୍ଷତା ପ୍ରତିପାଦିତ କରିଥିଲେ ।

୭୪ ବର୍ଷ ବୟସରେ ଘରୋଇ ହସପିଟାଲରେ ତାଙ୍କର ପରଲୋକ ହୋଇଛି । ଗତକାଲି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଥିଲା । ଅନେକ ବିଶିଷ୍ଟ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+