ଓଡ଼ିଶାର ଆନ୍ତରିକତା ପାଇଁ ଟ୍ରିବ୍ୟୁନାଲ ଅଧ୍ୟକ୍ଷ ପ୍ରଶଂସା କରିଛନ୍ତି- ପୀତାମ୍ବର
ମହାନଦୀ ଜଳ ବିବାଦ ପ୍ରସଙ୍ଗରେ AG ପୀତାମ୍ବର ଆଚାର୍ଯ୍ୟଙ୍କ ପ୍ରତିକ୍ରିୟା । କୌଣସି ଜଳ ବିବାଦ ଟ୍ରିବ୍ୟୁନାଲ୍ ଦ୍ବାରା ସମାଧାନ ହୋଇନି । ଆଗକୁ ୧୦ ବର୍ଷ ଟ୍ରିବ୍ୟୁନାଲ୍ରେ ମାମଲା ଚାଲିଲେ ବି ସମାଧାନ ଆଶା କ୍ଷୀଣ । ଉଭୟ ରାଜ୍ୟ ଆପୋସ ସମାଧାନରେ ଉଦ୍ୟମ କରୁଥିବାରୁ ଟ୍ରିବ୍ୟୁନାଲ ଖୁସି ବ୍ୟକ୍ତ କରିଛନ୍ତି । ଆପୋସ ସମାଧାନ ଉଦ୍ୟମ କଥା ଟ୍ରିବ୍ୟୁନାଲଙ୍କୁ ଅବଗତ କରାଯାଇଛି । ଓଡ଼ିଶାର ଆନ୍ତରିକତା ପାଇଁ ଟ୍ରିବ୍ୟୁନାଲ ଅଧ୍ୟକ୍ଷ ପ୍ରଶଂସା କରିଛନ୍ତି ବୋଲି ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି । ଦେଶର ଗୃହ ମନ୍ତ୍ରୀ ମଧ୍ୟ ଏଥିରେ ହସ୍ତକ୍ଷେପ କରିଛନ୍ତି । ରାଜନୈତିକ ନେତୃତ୍ବ, ୨ ରାଜ୍ୟର ଅଫିସରଙ୍କୁ ନେଇ ସମାଧାନ ପାଇଁ ଆଶାବାଦୀ ।













Click it and Unblock the Notifications