Get Updates
Get notified of breaking news, exclusive insights, and must-see stories!

ଚଳିତ ମାସରେ ଶ୍ରୀମନ୍ଦିରରେ ହେବ ନାହିଁ ଧାଡ଼ି ଦର୍ଶନ ଟ୍ରାଏଲ୍ ରନ୍

Puri News: ଏନେଇ ସୂଚନା ଦେଲେ ଆଇନ୍ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ । ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଗଙ୍ଗା ସ୍ନାନ ପଡୁଥିବାରୁ ଜାନୁଆରୀ ୨୦ତାରିଖ ପର୍ଯ୍ୟନ୍ତ ଭକ୍ତଙ୍କ ଭିଡ଼ ଲାଗି ରହିବ । ଜାନୁଆରୀ ୨୦ ରୁ ୨୨ ଭିତରେ ଧାଡ଼ି ଦର୍ଶନ ପୂର୍ଣ୍ଣାଙ୍ଗ ଭାବେ ଲାଗୁ ହେବ ।

puri temple

ପୂର୍ବରୁ ଆସନ୍ତା ୨୮ କିମ୍ବା ୨୯ରେ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନର ଟ୍ରାଏଲ ରନ୍‌ କରାଯିବାର ନିଷ୍ପତ୍ତି ନିଆଯାଇଥିଲା ହେଲେ ନୂଆବର୍ଷ ଏବଂ ଆଗକୁ ଗଙ୍ଗା ସ୍ନାନ ପଡୁଥିବାରୁ ଜାନୁଆରୀ ୨୦ତାରିଖ ପର୍ଯ୍ୟନ୍ତ ଭକ୍ତଙ୍କ ଭିଡ଼ ଲାଗି ରହିବ ସେଥିପାଇଁ ନିଷ୍ପତ୍ତିରେ ପରିବର୍ତ୍ତନ କରାଯାଇଛି । ଆସନ୍ତା ବର୍ଷ ଅର୍ଥାତ ୨୦୨୫ ଜାନୁଆରୀ ୨୦ ରୁ ୨୨ ତାରିଖ ଭିତରେ ଧାଡ଼ି ଦର୍ଶନ ପୂର୍ଣ୍ଣାଙ୍ଗ ଭାବେ ଲାଗୁ କରାଯିବ ଆଜି ଏନେଇ ଆଇନ୍ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ନୂଆ ବର୍ଷ ପାଇଁ ପୁରୀରେ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ଼ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+