ରାଜ୍ୟରେ ଗଠନ ହେବ ଟ୍ରାଇ ସିଟି, ଏବେ ଟୁଇନ୍ ସିଟି ନୁହେଁ ଟ୍ରାଇ ସିଟିର ବିକାଶ କରିବେ ସରକାର: କୃଷ୍ଣଚନ୍ଦ୍ର ମହାପାତ୍ର
ରାଜ୍ୟରେ ଗଠନ ହେବ ଟ୍ରାଇ ସିଟି, ଏବେ ଟୁଇନ୍ ସିଟି ନୁହେଁ ଟ୍ରାଇ ସିଟିର ବିକାଶ କରିବେ ସରକାର , ଟୁଇନ ସିଟି ପରେ ଟ୍ରାଇସିଟିର ପରିକଳ୍ପନା କରୁଛନ୍ତି ରାଜ୍ୟ ସରକାର । ପୁରୀ, ଭୁବନେଶ୍ୱର ଓ କଟକକୁ ନେଇ ଟ୍ରାଇସିଟି କରିବେ ସରକାର । ଉଭୟ ତିନି ସ୍ଥାନର ଗମନାଗମନ ଓ ବିକାଶକୁ ଗୁରୁତ୍ୱ ଦେଇ ଏହି ଟ୍ରାଇସିଟିକୁ ଡେଭଲପ କରାଯିବ। ଏନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ଏହା ସହ ମନ୍ତ୍ରୀ କହିଛନ୍ତି, ଭୁବନେଶ୍ୱର ଟ୍ରାଫିକ ସମସ୍ୟା ଦୂର ପାଇଁ ନିର୍ମାଣ ହେବ ଅଧିକ ନୂଆ ଓଭର ବ୍ରିଜ ଏବଂ ରିଂ ରୋଡ଼ । ଏଥି ସହ ମନ୍ତ୍ରୀ କହିଛନ୍ତି, ଭୁବନେଶ୍ୱର ଟ୍ରାଫିକ ସମସ୍ୟା ଦୂର ପାଇଁ ନିର୍ମାଣ ହେବ ଅଧିକ ନୂଆ ଓଭର ବ୍ରିଜ ଏବଂ ରିଂ ରୋଡ଼ ।

ନଗର ଉନ୍ନୟନ ମନ୍ତ୍ରୀ ଆହୁରି କହିଛନ୍ତି, ରାଜ୍ୟ ସରକାର ଏଥିପାଇଁ ପ୍ରାରମ୍ଭିକ ଯୋଜନା ଆରମ୍ଭ କରିଛନ୍ତି। ବିଭିନ୍ନ ସ୍ଥାନରେ ରିଂ ରୋଡ ଏବଂ ଓଭର ବ୍ରିଜ କିପରି ଓ କେମିତି ନିର୍ମାଣ କରାଯାଇ ପାରିବ ସେନେଇ ମୁଖ୍ୟମନ୍ତ୍ରୀ ଦୁଇ ଥର ବୈଠକ ଡାକି ଆଲୋଚନା କରିଛନ୍ତି। ତୁରନ୍ତ ପ୍ଲାନ ଦେବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ ଦେଖାଯାଉଥିବା ଟ୍ରାଫିକ ଜାମକୁ ଦୂର ପାଇଁ ପବ୍ଲିକ ଟ୍ରାନ୍ସପୋର୍ଟ ସିଷ୍ଟମକୁ ଅଧିକ ବଢ଼ାଯାଉଛି। ଲୋକମାନେ ଯେମିତି ଅଧିକ ବସର ବ୍ୟବହାର କରିବେ ସେ ନେଇ ସରକାର ଗୁରୁତ୍ୱ ଦେଉଛନ୍ତି ।












Click it and Unblock the Notifications