Get Updates
Get notified of breaking news, exclusive insights, and must-see stories!

ବିଧାନସଭାରେ ଡ୍ରାଇଭର ଆନ୍ଦୋଳନ ପ୍ରସଙ୍ଗ: କଣ କହିଲେ ପରିବହନ ମନ୍ତ୍ରୀ ଟୁକୁନି ସାହୁ ?

ଆଜି ବିଧାନସଭା ଅଧିବେଶନର ଶୂନ୍ୟକାଳରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଡ୍ରାଇଭର ଏବଂ ଶିକ୍ଷକ ଆନ୍ଦୋଳନ ପ୍ରସଙ୍ଗ ଉଠାଇଛନ୍ତି ।

Odisha Drivers Association Strike

ଭୁବନେଶ୍ବର: ବିଧାନସଭାରେ ଉଛିଲା ଡ୍ରାଇଭର ଆନ୍ଦୋଳନ ପ୍ରସଙ୍ଗ । ଆଜି ୧୦ ଦଫା ଦାବି ନେଇ ଅନିର୍ଦ୍ଦିଷ୍ଟ କାଳ ପାଇଁ ଷ୍ଟିୟରିଂ ଛାଡ ଆନ୍ଦୋଳନ କରୁଛନ୍ତି ଡ୍ରାଇଭର । ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ଡ୍ରାଇଭରଙ୍କ ପ୍ରତିବାଦ ଦେଖିବାକୁ ମିଳିଛି ।

ସେପଟେ ଆଜି ବିଧାନସଭା ଅଧିବେଶନର ଶୂନ୍ୟକାଳରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଡ୍ରାଇଭର ଏବଂ ଶିକ୍ଷକ ଆନ୍ଦୋଳନ ପ୍ରସଙ୍ଗ ଉଠାଇଛନ୍ତି । ସରକାର ସେମାନଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ ପାଇଁ ବାଟ ଫିଟାନ୍ତୁ ବୋଲି ନରସିଂହ କହିଛନ୍ତି । ସେହିପରି ଶିକ୍ଷକଙ୍କୁ ଆନ୍ଦୋଳନ ପାଇଁ ଅନୁମତି ନମିଳିବା କଥାକୁ ମଧ୍ୟ ନିନ୍ଦା କରିଛନ୍ତି । ଧାରଣ ପାଇଁ ଅନୁମତି ନଦେବା ଘଟଣା ଅଗଣତାନ୍ତ୍ରିକ ବୋଲି କହିଛନ୍ତି ।

ତେବେ ଏହା ଉପରେ ପ୍ରତିକ୍ରିୟା ରଖି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି, ଏହାକୁ ନେଇ ବିଭାଗ ପକ୍ଷରୁ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି । ଡ୍ରାଇଭର ସଂଘର ଦାବିକୁ ଆଲୋଚନା କରାଯିବ । ମୁଖ୍ୟମନ୍ତ୍ରୀ ସକାରାତ୍ମକ ଭାବେ ସେମାନଙ୍କ ଦାବିକୁ ବିଚାର କରୁଛନ୍ତି । ତେଣୁ ଖୁବଶୀଘ୍ର ସମାଧାନାର ବାଟ ଫିଟିବ ବୋଲି ମନ୍ତ୍ରୀ କହିଛନ୍ତି ।

ଅନ୍ୟପଟେ ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ କହିଛନ୍ତି, ଆଲୋଚନା ମାଧ୍ୟମରେ ସବୁ ସମସ୍ୟାର ସମାଧାନ ହେବ । ରାଜ୍ୟ ସରକାର ଡ୍ରାଇଭର ସଂଘର ଦାବିଗୁଡିକୁ ନେଇ ସକରାତ୍ମକ ଭାବେ ବିଚାର କରୁଛନ୍ତି । ଏହାକୁ ନେଇ ପୂର୍ବରୁ ଆଲୋଚନା ହୋଇଛି । ଆଗକୁ ମଧ୍ୟ ଆଲୋଚନା କରାଯିବ।

ସୂଚନାଥାଉ କି, ୧୦ ଦଫା ଦାବି ନେଇ ରାସ୍ତାକୁ ଓହ୍ଲାଇଛନ୍ତି ଡ୍ରାଇଭର ମହାସଂଘ । ଡ୍ରାଇଭର ପାଣ୍ଠି ଗଠନ, ସାମାଜିକ ନିରାପତ୍ତା, ବୀମା, ପେନ୍‌ସନ୍, ରାସ୍ତାର ସ୍ଥାନରେ ବିଶ୍ରାମଗାର, ଶୌଚାଳୟ ଆଦି ପାଇଁ ଦାବି କରିଛି ମହାସଂଘ । ଏସବୁ ଦାବି ସଂପର୍କରେ ରାଜ୍ୟ ସରକାରଙ୍କୁ ମହାସଂଘ ପକ୍ଷରୁ ବାରମ୍ବାର ଅବଗତ କରାଯାଇଥିଲେ ହେଁ କିଛି ଫଳ ନ ମିଳିବାରୁ ଆଜି ରାସ୍ତାକୁ ଓହ୍ଲାଇଛନ୍ତି ଡ୍ରାଇଭର ମହାସଂଘ ।

ଭୁବନେଶ୍ୱର ତମାଣ୍ଡୋରେ ଏକାଠି ହୋଇଛନ୍ତି ଶହ ଶହ ଡ୍ରାଇଭର । ଭୁବନେଶ୍ୱର ସହର ଭିତରେ କୌଣସି ବିରୋଧ କରାଯିବ ନାହିଁ ବୋଲି ସଂଘ ପକ୍ଷରୁ କୁହାଯାଇଛି । କୌଣସି ଅପ୍ରତିକର ପରିସ୍ଥିତିର ମୁକାବିଲା ପାଇଁ ଅତିରିକ୍ତ ୧୫ ପ୍ଲାଟୁନ୍ ଫୋର୍ସ ଏବଂ ୪୦ ଜଣ ଅଫିସର ମୁତୟନ ରହିବେ ବୋଲି ସୂଚନା ଦେଇଛନ୍ତି ।

ସେହିପରି ବଲାଙ୍ଗୀରରେ ଦେଖିବାକୁ ମିଳିଛି । ଘରୋଇ ବସ୍ ଷ୍ଟାଣ୍ଡରୁ ବିଭିନ୍ନ ସ୍ଥାନକୁ ଯିବାକୁ ଥିବା ବସ୍ ଗୁଡିକ ଚଳାଚଳ କରୁନାହିଁ । ବସ ବନ୍ଦ ଯୋଗୁଁ ଯାତ୍ରୀମାନେ ହଇରାଣ ହେଉଛନ୍ତି । ଏପରିକି ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟ ସ୍କୁଲକୁ ନଯାଇ ପାରି ଅଟକି ରହିଛନ୍ତି । ସେହିପରି ବାଲିଗୁଡା ଓ ସମ୍ବଲପୁରରେ ମଧ୍ୟ ପ୍ରତିବାଦର ଚିତ୍ର ଦେଖିବାକୁ ମିଳିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+