For Quick Alerts
Turn On Notification  
For Daily Alerts
Oneindia App Download

ରାଜଧାନୀରେ ଏହି ସବୁ ସ୍ଥାନରେ ଠିଆ ହେବେ କିନ୍ନର : କାଟିବେ ପାର୍କିଂ ଚାଲାଣ

ରାଜଧାନୀ ଭୁବନେଶ୍ୱରରେ କିନ୍ନରମାନେ ପାର୍କିଂ ଟିକେଟ୍ କାଟିବେ। ସ୍ମାର୍ଟ ସିଟିର ୨ଟି ପ୍ରମୁଖ ପାର୍କିଂ ସ୍ଥାନରେ ଏମାନେ ପାର୍କିଂ ଚାଲାଣ କାଟିବେ ।

|

ଭୁବନେଶ୍ୱର: ଏଣିକି ପାର୍କିଂ ଚାଲାଣ କାଟିବେ କିନ୍ନର । ରାଜଧାନୀ ଭୁବନେଶ୍ୱରରେ କିନ୍ନରମାନେ ପାର୍କିଂ ଟିକେଟ୍ କାଟିବେ। ସ୍ମାର୍ଟ ସିଟିର ୨ଟି ପ୍ରମୁଖ ପାର୍କିଂ ସ୍ଥାନରେ ଏମାନେ ପାର୍କିଂ ଚାଲାଣ କାଟିବେ । ଆଜି ରାଜମହଲ ଛକରେ ଏହାର ଉଦଘାଟନ କରିଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ।

ପାର୍କିଂ ଚାଲାଣ

ପରୀକ୍ଷାମୂଳକ ଭାବେ ଆସନ୍ତା ୨ ମାସ ଯାଏଁ ୧୭ ଜଣ କିନ୍ନରଙ୍କୁ ଏଥିରେ ସାମିଲ କରାଯାଇଛି। ରାଜମହଲ ଛକଠାରୁ- ମାଷ୍ଟରକ୍ୟାଣ୍ଟିନ ଏବଂ ମାଷ୍ଟରକ୍ୟାଣ୍ଟିନ ଠାରୁ ଶ୍ରୀୟା ଛକ ପର୍ଯ୍ୟନ୍ତ ଦୁଇଟି ପାର୍କିଂ ଲଟ୍ ଜଗିବେ କିନ୍ନର । ଆଗକୁ ସଂଖ୍ୟା ବୃଦ୍ଧି କରାଯାଇ ମୋଟ ୩୬ ଜଣଙ୍କୁ ଏଥିରେ ସାମିଲ କରାଯିବ। ଏଥିପାଇଁ କିନ୍ନରଙ୍କୁ ସ୍ୱତନ୍ତ୍ର ତାଲିମ ଦିଆଯାଇଛି ।

ଏହାପୂର୍ବରୁ କିନ୍ନରଙ୍କ ଲାଗି ବିହାର ସରକାର ବଡ଼ ଘୋଷଣା କରିଥିଲେ । ପୋଲିସ ବିଭାଗରେ ବିହାର କିନ୍ନର ମାନଙ୍କୁ ଭର୍ତ୍ତି କରାଯିବ ବୋଲି ବିହାର ସରକାର ଘୋଷଣା କରିଥିଲେ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Transgender Collect parking tickets in Bhubaneswar
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X