ସିଏମଓର ହେବ ନବକଳେବର, ୨୨ ଓଏସଏସ ଅଧିକାରୀଙ୍କୁ କରାଗଲା ବଦଳି
ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝି ଶପଥ ନେବା ପରେ ବିଭିନ୍ନ ବିଭାଗର ସମୀକ୍ଷା କରୁଛନ୍ତି । ରାଜ୍ୟ ଅତିଥି ଭବନରୁ ସରକାର ଚଳାଉଥିବା ମୋହନଙ୍କ ସରକାରରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ୨୨ଜଣ ଓଏସ୍ଏସ୍ ଅଧିକାରୀଙ୍କୁ ବଦଳି କରାଯାଇଛି । ସେମାନଙ୍କୁ ନିଜ ବିଭାଗକୁ ବଦଳି କରାଯାଇଛି ।
ଓଏସଏସ କ୍ୟାଡରର ଅନେକ ଅଧିକାରୀ ବଦଳି ହୋଇଥିବା ବେଳେ ଆହୁରି ଅନେକ ପୁରୁଣା ଅଧିକାରୀ ସିଏମଓରେ ରହିଛନ୍ତି । ତେଣୁ ସେମାନଙ୍କ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟ କରିବେ ନା ସେମାନଙ୍କୁ ମଧ୍ୟ ବଦଳି କରାଯିବ ତାହା ଉପରୁ ପରଦା ହଟିନି ।ଉପସଚିବଙ୍କ ସମେତ ୭ ସେକ୍ସନ ଅଫିସରଙ୍କୁ ବିଦା କରାଯାଇଛି । ସେହିପରି ୧୫ଜଣ ଏଏସ୍ଓଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ହଟାଯାଇଥିବା ସୂଚନା ମିଳିଛି ।

ପ୍ରକାଶ ଯେ, ଦାୟିତ୍ୱ ନେବାର ପ୍ରଥମ ଦିନରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ ମାଝି । ସେଠାରେ ସେ କାର୍ଯ୍ୟାଳୟର ପ୍ରଶାସନିକ ବ୍ୟବସ୍ଥା ଦେଖି ତାଜୁବ ହୋଇଯାଇଥିଲେ । କିଛି ଅଫିସର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଦୀର୍ଘ ବର୍ଷ ଧରି କବ୍ଚା କରି ରହିଥିବା ଦେଖିବାକୁ ପାଇଥିଲେ । ତେଣୁ ଏକ ବଡ଼ ପଦକ୍ଷେପ ନେଇ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ବିଦା କରିଥିବା କୁହାଯାଉଛି ।












Click it and Unblock the Notifications