ରାଜ୍ୟରେ IAS ସ୍ତରରେ ଅଦଳବଦଳ: ବିଷ୍ଣୁପଦ ସେଠୀଙ୍କୁ ପ୍ରମୁଖ ସଚିବ ଭାବେ ଦାୟିତ୍ୱ
ରାଜ୍ୟରେ IAS ସ୍ତରରେ ଅଦଳବଦଳ । ବିଷ୍ଣୁପଦ ସେଠୀଙ୍କୁ ପ୍ରମୁଖ ସଚିବ ଭାବେ ଦାୟିତ୍ୱ । ମୋଟ ୮ ଜଣ ଆଇଏଏସ୍ଙ୍କୁ ବଦଳି କରିଛନ୍ତି ରାଜ୍ୟ ସରକାର । ବିଷ୍ଣୁପଦ ସେଠୀ ପ୍ରମୁଖ ଶାସନ ସଚିବ ହୋଇଛନ୍ତି । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ । ସେହିପରି ଭାସ୍କର ଜ୍ୟୋତି ଶର୍ମାଙ୍କୁ ନୂଆ ଦାୟିତ୍ୱ ମିଳିଛି । ଲ୍ୟାଣ୍ଡ ରେକର୍ଡସ ଓ ସେଟେଲମେଣ୍ଟ କମିଶନର ଭାବେ ଦାୟିତ୍ୱ ମିଳିଛି ।
ସ୍ପେଶାଲ ପ୍ରୋଜେକ୍ଟ, ପିଆର ଆଣ୍ଟ ଡି ଡବ୍ଲୁ ବିଭାଗର ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ ପାନୀୟ ଜଳ ଓ ପରିମଳ ବିଭାଗ ନିର୍ଦ୍ଦେଶକ ତଥା ଅତିରିକ୍ତ ସଚିବ ହୋଇଛନ୍ତି। ଇନ୍ଦ୍ରମଣି ତ୍ରିପାଠୀ ହୋଇଛନ୍ତି ଏସଟି ବିଭାଗର ନିର୍ଦ୍ଦେଶକ । ରାଜସ୍ବ ପରିଷଦ କଟକର ଅର୍ଥନୈତିକ ପରାମର୍ଶଦାତା ସୁବ୍ରତ ଶତପଥୀଙ୍କୁ ଇନସ୍ପେକ୍ଟର ଜେନେରାଲ, ରେଜିଷ୍ଟ୍ରେସନ ବିଭାଗର ଅତିରିକ୍ତ ଦାୟିତ୍ବ ଦିଆଯାଇଛି ।

ଏଏଚ ଓ ଭିଏସ ନିର୍ଦ୍ଦେଶକ ରାମାଶିଷ ହାଜରା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅତିରିକ୍ତ ଦାୟିତ୍ବରେ ରହିବେ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ଜ୍ୟୋତିପ୍ରକାଶ ଦାସ ହୋଇଛନ୍ତି ସ୍ପେସାଲ ପ୍ରୋଜେକ୍ଟ ପିଆର ଆଣ୍ଡ ଡିଡବ୍ଲୁ ବିଭାଗର ନିର୍ଦ୍ଦେଶକ । ଏହାସହ ସେ ଆରଓଟିଆଇର ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବରେ ରହିବେ ।
ଜ୍ୟୋତିପ୍ରକାଶ ଦାସଙ୍କୁ ପଞ୍ଚାୟତିରାଜ ବିଭାଗ ନିର୍ଦ୍ଦେଶକ ଦାୟିତ୍ୱ ଦିଆଯାଇଛି । ପାନୀୟ ଜଳ ଓ ପରିମଳ ବିଭାଗ ନିର୍ଦ୍ଦେଶକ ତଥା ଅତିରିକ୍ତ ସଚିବ ବି. ପରମେଶ୍ବରନ ହୋଇଛନ୍ତି ଚକବନ୍ଦୀ କମିଶନର ।












Click it and Unblock the Notifications