ଆଜି ତାଲିମ ନେବେ ବିଜେଡିର ୧୮ ନବ-ନିର୍ବାଚିତ ବିଧାୟକ
BJD Training Program: ଆଜି ତାଲିମ ନେବେ ବିଜେଡିର ୧୮ ନବ-ନିର୍ବାଚିତ ବିଧାୟକ । ସକାଳ ୧୦ଟାରୁ ଆରମ୍ଭ ହେବ ପ୍ରଶିକ୍ଷଣ ଶିବିର । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଶିକ୍ଷଣ ଶିବିରକୁ ଉଦଘାଟନ କରିବେ । ଶଙ୍ଖ ଭବନରେ ବିଜେଡି ବିଧାୟକ ନେବେ ତାଲିମ ।

ସୂଚନା ଅନୁସାରେ, ନବ ନିର୍ବାଚିତ ୧୮ ବିଜେଡି ସହ ବିଧାୟକଙ୍କ ସମେତ ଅନ୍ୟ ବିଧାୟକ ମଧ୍ୟ ତାଲିମ ନେବେ । ବିଧାନସଭା ନୀତି ଓ ବିଧି ବ୍ୟବସ୍ଥା ସମ୍ପର୍କରେ ଦଳର ଅଭିଜ୍ଞ ବିଧାୟକ ଓ ନେତା ପ୍ରଶିକ୍ଷଣ ଦେବେ ।
ସୂଚନାଥାଉ ଯେ, ଗତ ୧୭ ଓ ୧୮ ତାରିଖରେ ବିଧାନସଭାରେ ବିଜେପି ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଥିଲା । ଯାହାକୁ କଂଗ୍ରେସ ଓ ବିଜେଡି ବୟକଟ୍ କରିଥିଲେ । ଉଭୟ ଦଳ ଏହି ପ୍ରଶିକ୍ଷିଣ ଶିବିରରେ ଯୋଗ ଦେଇ ନଥିଲେ ।












Click it and Unblock the Notifications