କୋଣାର୍କରୁ ଭୁବନେଶ୍ୱର ଗଡ଼ିବ ଟ୍ରେନ୍; ଉପମୁଖ୍ୟମନ୍ତ୍ରୀ
କୋଣାର୍କରୁ ଭୁବନେଶ୍ୱର ଗଡ଼ିବ ଟ୍ରେନ୍ । ଗୋପ, ନିମାପଡ଼ା ଦେଇ ଭୁବନେଶ୍ୱରକୁ ଗଡ଼ିବ ଟ୍ରେନ୍ । ନୂଆ ରେଳଲାଇନ୍ ପାଇଁ ଚୂଡ଼ାନ୍ତ ସର୍ଭେକୁ ମଞ୍ଜୁରି ମିଳିଥିବା କହିଲେ ଉପମୁଖ୍ୟମନ୍ତ୍ରୀ ପଭାତୀ ପରିଡ଼ା ।
ଏ ନେଇ ରେଳମନ୍ତ୍ରୀ ଆଶ୍ୱିନୀ ବୈଷ୍ଣବ ପ୍ରଭାତୀ ପରିଡ଼ାଙ୍କୁ ଚିଠି ଲେଖିଥିବା ସୂଚନା ଦେଲେ ପ୍ରଭାତୀ ପରିଡ଼ା ।ଶ୍ରୀମତୀ ପରିଡ଼ା କହିଛନ୍ତି, ପୁରୀଜିଲ୍ଲା ନିମାପଡ଼ା ଓ ଗୋପ ଦେଇ ଭୁବନେଶ୍ୱରରୁ କୋଣାର୍କ ନୂତନ ରେଳଲାଇନ୍ ପାଇଁ ଫାଇନାଲ୍ ଲୋକେସନ୍ ସର୍ଭେ ପାଇଁ ଅନୁମୋଦନ ପ୍ରଦାନ କରିଥିବାରୁ ମାନ୍ୟବର କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଜୀଙ୍କୁ କୃତଜ୍ଞତା ଜଣାଉଛି। ଏହି ବହୁ ପ୍ରତୀକ୍ଷିତ ରେଳ ପ୍ରକଳ୍ପ କେବଳ ରାଜଧାନୀ ଏବଂ ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳୀ କୋଣାର୍କ ମଧ୍ୟରେ ରେଳ ସଂଯୋଗ ସ୍ଥାପନ କରିବ ନାହିଁ। ଏହା ମୋ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନିମାପଡ଼ା ଓ ଗୋପବାସୀଙ୍କ ପାଇଁ ମଧ୍ୟ ଆଶୀର୍ବାଦ ସାବ୍ୟସ୍ତ ହେବ।

ପୁରୀ ଜିଲ୍ଲା ନିମାପଡ଼ା ଓ ଗୋପ ଦେଇ ଭୁବନେଶ୍ୱରରୁ କୋଣାର୍କ ନୂତନ ରେଳଲାଇନ୍ ପାଇଁ ଫାଇନାଲ୍ ଲୋକେସନ୍ ସର୍ଭେ ପାଇଁ ଅନୁମୋଦନ ପ୍ରଦାନ କରିଥିବାରୁ ମାନ୍ୟବର କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଜୀଙ୍କୁ କୃତଜ୍ଞତା ଜଣାଉଛି।












Click it and Unblock the Notifications