Train Ticket Booking: IRCTC ଟିକେଟ ବୁକିଂ ନୂଆ ନିୟମ, ସହଜରେ ମିଳିବ କନଫର୍ମ ଟିକେଟ, ଜାଣନ୍ତୁ ୫ ଉପାୟ
ନଭେମ୍ବର ପହିଲାରୁ ବା ନଭେମ୍ବର ୧ ତାରିଖରୁ ଟ୍ରେନ ଟିକେଟ ବୁକିଂ ନିୟମରେ ପରିବର୍ତ୍ତନ ହୋଇଛି । ଆଡଭାନ୍ସ ରିଜର୍ଭେସନ ଟିକେଟ ବୁକିଂ ପାଇଁ ରେଳବାଇ ପକ୍ଷରୁ ନୂଆ ନିୟମ ଲାଗୁ କରାଯାଇଛି । ଯଦି ଦୂର ସ୍ଥାନକୁ ଯାତ୍ରା କରିବାକୁ ଚାହୁଁଛନ୍ତି ତେବେ ୨ ମାସ ବା ୬୦ ଦିନ ମଧ୍ୟରେ ଟିକେଟ ବୁକିଂ କରିବାକୁ ହେବ । ପୂର୍ବରୁ ଏହି ସମୟ ସୀମା ୪ ମାସ ବା ୧୨୦ ଦିନ ଥିଲା । ଟିକେଟ ବୁକିଂ ସମୟସୀମାରେ ପରିବର୍ତ୍ତନ ପରେ ଟ୍ରେନ ଯାତ୍ରୀ ଖୁସି ହୋଇଛନ୍ତି । ଏବେ ସହଜରେ କନଫର୍ମ ଟିକେଟ ମିଳିପାରିବ । ତେବେ ଏଥିପାଇଁ ଆପଣଙ୍କୁ ଏସବୁ ଉପାୟ କରିବାକୁ ପଡ଼ିବ । ପଢନ୍ତୁ ପୂରା ଖବର ।

କେଉଁଥିରେ କରିବେ ଆଗୁଆ ଟିକେଟ ବୁକିଂ:
ଯଦି ଆପଣ ଭବିଷ୍ୟତରେ ଭ୍ରମଣ କରିବାକୁ ଯୋଜନା କରୁଛନ୍ତି ତେବେ ଆପଣଙ୍କୁ ଟିକେଟ ବୁକିଂ ବିଷୟରେ ସତର୍କ ରହିବାକୁ ପଡିବ । ନଚେତ ଏକ କନଫର୍ମ ଟିକେଟ ପାଇବା ଆପଣଙ୍କ ପାଇଁ କଷ୍ଟକର ହୋଇପାରେ । ଆଡଭାନ୍ସ ଟିକେଟ ବୁକିଂର ସମୟ ମାତ୍ର ୬୦ ଦିନ ହୋଇଥିବାରୁ ଯାତ୍ରୀମାନଙ୍କୁ ଟିକେଟ କନଫର୍ମ ପାଇଁ ଶୀଘ୍ର ଟିକେଟ ବୁକ କରିବାକୁ ପଡିବ । IRCTC ଆପ୍ କିମ୍ବା ୱେବସାଇଟରେ ଟିକେଟ୍ ବୁକ୍ କରିପାରିବେ ଟ୍ରେନ ଯାତ୍ରୀ । ଅଥବା ରେଳ ଷ୍ଟେସନ ରିଜର୍ଭେସନ କାଉଣ୍ଟରକୁ ଯାଇ ମଧ୍ୟ ଟ୍ରେନ ଟିକେଟ ବୁକିଂ କରିପାରିବେ । ତେବେ ପୂର୍ବରୁ ବୁକିଂ ହୋଇଥିବା ଟ୍ରେନ ଟିକେଟ ଉପରେ ଏହାର ପ୍ରଭାବ ପଡିବ ନାହିଁ ।
ନୂଆ ଟ୍ରେନ ଟିକେଟ ବୁକିଂ ନିୟମ:
ଆଡାଭାନ୍ସ ରିଜର୍ଭେସନ ପିରିୟଡ ଟିକେଟ ବୁକିଂ ନିୟମ ପରିବର୍ତ୍ତନ
ଆଡଭାନ୍ସ ଟିକେଟ ବୁକିଂରେ ନୂଆ ନିୟମ ହୋଇଥିଲେ ମଧ୍ୟ ତାଜ ଏକ୍ସପ୍ରେସ, ଗୋମତି ଏକ୍ସପ୍ରେସ ଭଳି ପରି ନିର୍ଦ୍ଦିଷ୍ଟ ଦିନରେ ଚାଲୁଥିବା ଏକ୍ସପ୍ରେସ ଟ୍ରେନ କ୍ଷେତ୍ରରେ ଏହା ଲାଗୁ ହେବ ନାହିଁ କାହିଁକିନା ଏହି ଟ୍ରେନ ଗୁଡିକରେ ଆଡଭାନ୍ସ ରିଜର୍ଭେସନ ସମୟ ସୀମା କମ୍ ଅଟେ
ବିଦେଶୀ ପର୍ଯ୍ୟଟକଙ୍କ ପାଇଁ 365 ଦିନ ସୀମା କ୍ଷେତ୍ରରେ ମଧ୍ୟ କୌଣସି ପରିବର୍ତ୍ତନ କରାଯାଇନାହିଁ
୬୦ ଦିନ ଅଗ୍ରୀମ ସଂରକ୍ଷଣ ସମୟର ଲାଭ:-
ଟ୍ରେନ ଯାତ୍ରା ଯୋଜନା ପାଇଁ ୧୨୦ ଦିନ ବହୁତ ଲମ୍ବା ଥିଲା । ଫଳ ସ୍ୱରୂପ ଯାତ୍ରୀମାନେ ଯାତ୍ରା ପାଇଁ ନଆସିବାରୁ ବାତିଲ ଏବଂ ସିଟ୍ / ବର୍ଥର ଅପଚୟ ହେଉଥିଲା । ବର୍ତ୍ତମାନ ସମୟରେ ପ୍ରାୟ ୨୧ ପ୍ରତିଶତ ବାତିଲ ହୁଏ ଏବଂ ୪ ରୁ ୫ ପ୍ରତିଶତ ଯାତ୍ରୀ ଯାତ୍ରା କରନ୍ତି ନାହିଁ । ଏବେ କିନ୍ତୁ ସମୟସୀମା ପରିବର୍ତ୍ତନ ହେବାରୁ ଏହି ସମସ୍ୟା ଦୂର ହେବ ।












Click it and Unblock the Notifications