ବଗି ଛାଡ଼ି ପଳାଇଲା ଇଞ୍ଜିନ୍; ୨୫ ମିନିଟ୍ ପରେ ଇଞ୍ଜିନ ଯୋଡ଼ାଯିବା ପରେ ଗଡ଼ିଲା ଟ୍ରେନ୍
ବଗି ଛାଡ଼ି ପଳାଇଲା ଇଞ୍ଜିନ୍। ମାଲ୍ବାହୀ ଟ୍ରେନର ଗୁଡ୍ସ ଗାର୍ଡ ବଗି ଛାଡ଼ି ପଳାଇଲା ଇଞ୍ଜିନ୍। ସୋର ଷ୍ଟେସନରୁ ପ୍ରାୟ ୨ କିମି ଯାଏ ବଗି ଛାଡ଼ି ପଳାଇଲା ଇଞ୍ଜିନ୍। ଧାମରାରୁ ବାହାରିଥିବା କୋଇଲା ବୋଝେଇ ଟ୍ରେନ୍ରେ ଅଘଟଣ। ୨୫ ମିନିଟ୍ ପରେ ବଗି ସହ ଇଞ୍ଜିନ ଯୋଡ଼ାଯିବା ପରେ ଗଡ଼ିଲା ଟ୍ରେନ୍ ।
କିଛି ଦିନ ତଳେ ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତିଥିଲା ମେମୁ ଟ୍ରେନ । ଭଦ୍ରକରୁ ବାଲେଶ୍ୱର ଆସୁଥିଲା ବେଳେ ନୀଳଗିରି ରୋଡରେ ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତିଛି ଟ୍ରେନ। ଲୁପ ଲାଇନରେ ପଶିଗଲା ମେମୁ ।

ତେବେ ସିଗନାଲ କିମ୍ବା ଟ୍ରାକର ତ୍ରୁଟି ଜଣା ପଡିନଥିବା ବେଳେ ଲୋକ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ହଜାର ହଜାର ଯାତ୍ରୀଙ୍କ ଜୀବନ ବଞ୍ଚି ଯାଇଛି । ନୀଳଗିରି ରୋଡ଼ରେ ଦୁଇ ଘଣ୍ଟାରୁ ଅଧିକ ସମୟ ରହିଥିବା ବେଳେ ଲୋକପାଇଲଟ ଗାଡିକୁ ପଛକୁ ବ୍ରେକ କରି ପୁଣି ବାଲେଶ୍ୱର ଅଭିମୁଖେ ଯାଇଥିବା ଜଣାପଡ଼ିଛି।
ଉଲ୍ଲେଖଥାଉ କି, ଗତ ଜୁନ୍ ମାସ ୨ ତାରିଖରେ ବାଲେଶ୍ୱର ବାହାନଗାରେ ଏହି ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଘଟିଥିଲା । ସାଲିମାର-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ୍ ମାଲଗାଡ଼ି ଉପରେ ଚଢ଼ି ଯାଇଥିଲା । ଠିକ୍ ସେହି ସମୟରେ ଆସୁଥିବା ବାଙ୍ଗାଲୁରୁ-ହାୱାଡ଼ା ୟେଶବନ୍ତପୁର ଏକ୍ସପ୍ରେସ୍ର ଉପରେ ପଡ଼ିଥିଲା କରମଣ୍ଡଳ ଏକ୍ସପ୍ରେସ୍ । ଏହି ଭୟଙ୍କର ଦୁର୍ଘଟଣାରେ ୨୯୩ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦୦ରୁ ଅଧିକ ଲୋକ ଆହତ ହୋଇଥିଲେ । ୨୮୮ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ବାକି ୫ ଜଣଙ୍କ କଟକ ବଡ଼ ଡାକ୍ତରଖାନାରେ ପ୍ରାଣ ହରାଇଥିଲେ । ଏହି ଘଟଣା ସମଗ୍ର ଦେଶରେ ଆଲୋଡନ ଖେଳାଇ ଦେଇଥିଲା ।












Click it and Unblock the Notifications