୭ ବଗିକୁ ଛାଡ଼ି ପଳାଇଲା ଟ୍ରେନ୍ର ଇଞ୍ଜିନ୍; ଅଧ ଘଣ୍ଟା ପରେ ବଗି ସହ ଇଞ୍ଜିନ ସଂଯୋଗ
୭ ବଗିକୁ ଛାଡ଼ି ପଳାଇଲା କୋଇଲା ବୋଝେଇ ଟ୍ରେନ୍ର ଇଞ୍ଜିନ୍। ମାର୍କୋଣା ଷ୍ଟେସନ ନିକଟରେ ୭ ବଗିକୁ ଛାଡ଼ି ପଳାଇଲା ଇଞ୍ଜିନ୍ । ଭଦ୍ରକରୁ ହାୱଡ଼ା ଯିବାବେଳେ ଅଘଟଣ। ଅଧ ଘଣ୍ଟା ପରେ ବଗି ସହ ଇଞ୍ଜିନ ସଂଯୋଗ।

ସୂଚନା ଅନୁସାରେ ସୋର ଓ ମାର୍କୋଣା ଷ୍ଟେସନ ମଝିରେ ଦୁଇଟି ମାଲବାହୀ ଗାଡ଼ିର ଇଞ୍ଜିନ ବଗି ଛାଡ଼ି ଚାଲିଯାଇଥିବା ବେଳେ କିଛି ସମୟ ପରେ ପୁନଶ୍ଚ ବଗିକୁ ନେଇଥିବା ଜଣାପଡ଼ିଛି। ଆଜି ଦିନ ୧ଟାରେ ଭଦ୍ରକରୁ ବାଲେଶ୍ଵର ଅଭିମୁଖେ ଯାଉଥିବା କୋଇଲା ବୋଝେଇ ଟ୍ରେନ୍ ମାର୍କୋଣା ଷ୍ଟେସନ ନିକଟରେ ୭ଟି ବଗି ଛାଡି ପଳାଇ ଯାଇଥିଲା। ସେହିପରି ସୋରରେ ବାଲେଶ୍ବର ଠାରୁ ଭୁବନେଶ୍ବର ଅଭିମୁଖେ ଯାଉଥିବା ଏକ ମାଲବାହୀ ଟ୍ରେନ୍ ଦୁଇଟି ବଗି ଛାଡ଼ିଯାଇଥିଲା।
ଟ୍ରେନ୍ଗୁଡ଼ିକ ବଗି ଛାଡ଼ି ଯିବା ପରେ ଲୋକମାନେ ବହୁତ ସମୟ ଧରି ସମସ୍ୟା ଭୋଗି ଥିଲେ। ଘଣ୍ଟାଏରୁ ଅଧିକ ସମୟ ପରେ ଇଞ୍ଜିନ ଆସି ବଗିକୁ ନେଇ ଗନ୍ତବ୍ୟ ସ୍ଥଳକୁ ଯାଇଥିଲା।












Click it and Unblock the Notifications