ବୋଲେରୋକୁ ୩୦ ମିଟର ଘୋଷାଡି ନେଲା ଟ୍ରେନ : ରେଳଧାରଣା ଅତିକ୍ରମ କଲାବେଳେ ...

ଟ୍ରେନ୍ ବୋଲେରୋ ଧକ୍କା । ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ଟ୍ରେନ ବୋଲେରୋ ଧକ୍କା । ବୋଲେରୋକୁ ଘୋଷାଡି ନେଲା ଟ୍ରେନ । ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି ।

ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ଥିବା ଏମସିଏଚପି କ୍ୟାଣ୍ଟିନ୍ ପାଖରେ ଏହି ଦୁର୍ଘଟଣା ଘଟିଛି । ପାରାଦୀପ ବନ୍ଦରର ନିଷିଦ୍ଧାଞ୍ଚଳରେ ଟ୍ରେନ-ବୋଲେରୋ ଦୁର୍ଘଟଣା ପରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି । ବୋଲେରୋକୁ ପ୍ରାୟ ୩୦ ମିଟର ଘୋଷାଡ଼ି ନେଇଛି ମାଲବାହୀ ଟ୍ରେନ। ତେବେ ବୋଲୋରୋରେ ଥିବା କର୍ମଚାରୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । MCHP କ୍ୟାଣ୍ଟିନ ନିକଟରେ ଏହି ଦୁର୍ଘଟଣା
ହୋଇଛି ।

ସୂଚନା ଅନୁସାରେ, ଏକ ମାଲବାହୀ ଟ୍ରେନ୍ ନିଜ ଟ୍ରାକରେ ଆସୁଥିଲା । ଏହି ସମୟରେ ବୋଲେରୋ ଗାଡ଼ିଟି ଟ୍ରାକ୍ ଉପରେ ଅଟକି ଯାଇଥିଲା । ଏହା ପରେ ପ୍ରାୟ ୩୦ ମିଟର ଯାଏଁ ବୋଲେରୋଟିକୁ ଘୋଷାଡ଼ି ଘୋଷାଡ଼ି ନେଇଥିଲା ଟ୍ରେନ୍ ।

ACCIDENT

ବୋଲେରୋ ଚାଳକଙ୍କ ଅସାବଧାନତା ଯୋଗୁଁ ଏଭଳି ଘଟିଥିବା କୁହାଯାଉଛି । ତେବେ ବୋଲେରୋରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି । କୋଇଲା ବୋଝେଇ ଟ୍ରେନ ଆସୁଥିବା ବେଳେ ବୋଲେରୋଟି ରେଳ ଧାରଣା ଅତିକ୍ରମ କରୁଥିଲା ।

ବୋଲେରୋ ଡ୍ରାଇଭରଙ୍କ ଅସାବଧାନତା ଯୋଗୁଁ ଏପରି ଅଘଟଣ ଘଟିଥିବା ସନ୍ଦେହ କରାଯାଉଛି । ତେବେ ଏନେଇ କିଛି ସ୍ପଷ୍ଟତା ଆସିନାହିଁ ।

ଉଲ୍ଲେଖଥାଉ କି, ଗତ ଜୁନ୍ ମାସ ୨ ତାରିଖରେ ବାଲେଶ୍ୱର ବାହାନଗାରେ ଏହି ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଘଟିଥିଲା । ସାଲିମାର-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ୍‌ ମାଲଗାଡ଼ି ଉପରେ ଚଢ଼ି ଯାଇଥିଲା । ଠିକ୍‌ ସେହି ସମୟରେ ଆସୁଥିବା ବାଙ୍ଗାଲୁରୁ-ହାୱାଡ଼ା ୟେଶବନ୍ତପୁର ଏକ୍ସପ୍ରେସ୍‌ର ଉପରେ ପଡ଼ିଥିଲା କରମଣ୍ଡଳ ଏକ୍ସପ୍ରେସ୍‌ ।

ଏହି ଭୟଙ୍କର ଦୁର୍ଘଟଣାରେ ୨୯୩ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦୦ରୁ ଅଧିକ ଲୋକ ଆହତ ହୋଇଥିଲେ । ୨୮୮ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ବାକି ୫ ଜଣଙ୍କ କଟକ ବଡ଼ ଡାକ୍ତରଖାନାରେ ପ୍ରାଣ ହରାଇଥିଲେ । ଏହି ଘଟଣା ସମଗ୍ର ଦେଶରେ ଆଲୋଡନ ଖେଳାଇ ଦେଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+