Get Updates
Get notified of breaking news, exclusive insights, and must-see stories!

ସୁକନ୍ଦରାବାଦ-ସାଲିମାର ସୁପରଫାଷ୍ଟ ଏକ୍ସପ୍ରେସ ଲାଇନଚ୍ୟୁତ; ହେଲପ୍ ଲାଇନ୍ ନଂ ଜାରି

ସୁକନ୍ଦରାବାଦ-ସାଲିମାର ସୁପରଫାଷ୍ଟ ଏକ୍ସପ୍ରେସ ଲାଇନଚ୍ୟୁତ । ଖଡଗପୁର ହେଲପ୍ ଲାଇନ୍ ନଂ- ୬୩୭୬୪ ଜାରି । ଖଡଗପୁର ଷ୍ଟେସନ ପକ୍ଷରୁ ହେଲପଲାଇନ୍ ନଂ ୦୩୨୨୨୯-୩୭୬୪ ।

ସୂଚନା ଅନୁଯାୟୀ, ଆଜି ଭୋରୁ ହାଓ୍ୱାଡା ନାଲପୁର ଷ୍ଟେସନ ନିକଟରେ ଟ୍ରେନ୍‌ର ଦୁଇଟି ଯାତ୍ରୀବାହୀ କୋଚ୍‌ ଓ ଏକ ପାର୍ସଲ ଭ୍ୟାନ୍‌ ଲାଇନଚ୍ୟୁତ ହୋଇଛି। ଏଥିରେ ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଥିବା କୁହାଯାଉଛି। ଏନେଇ ଦକ୍ଷିଣ-ପୂର୍ବ ରେଲଓ୍ୱେର ଜନସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି।

ପୁଣି ଟ୍ରେନ୍‌ ଦୁର୍ଘଟଣା। ଲାଇନ୍‌ ଚ୍ୟୁତ ହେଲା ଆଉ ଏକ ଟ୍ରେନ୍। ଆଜି ସକାଳୁ ପଶ୍ଚିବଙ୍ଗରେ ସାଲିମାର-ସିକନ୍ଦର ସାପ୍ତାହିକ ସ୍ପେଶାଲ ଟ୍ରେନ୍‌ ଡିରେଲ୍‌ ହୋଇଛି। ଟ୍ରେନ୍‌ର ତିନୋଟି ବଗି ଟ୍ରାକ୍‌ରୁ ଖସି ଯାଇଛି। ଫଳରେ ଏଥିରେ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି।

ସେପଟେ ଖବର ପାଇ ରେଲଓ୍ୱେ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ପୂରା ସ୍ଥିତି ପରଖିଛନ୍ତି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆହତଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଲାଇନ୍‌ଚ୍ୟୁତ ଯୋଗୁ ଏହି ନାଲପୁର ଷ୍ଟେସନ ରୁଟ୍‌ରେ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି।

ଗତ ଅକ୍ଟୋବର ଦ୍ୱିତୀୟ ସପ୍ତାହରେ ତାମିଲନାଡ଼ୁରେ ଘଟିଥିଲା ଭୟଙ୍କର ଟ୍ରେନ୍ ଦୁର୍ଘଟଣା। ତାମିଲନାଡ଼ୁର ତିରୁବଲ୍ଲୁରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ମହୀଶୁର-ଦରଭଙ୍ଗା ବାଗମତୀ ସୁପରଫାଷ୍ଟ ଏକ୍ସପ୍ରେସ୍ । ଟ୍ରାକରେ ଛିଡ଼ା ହୋଇଥିବା ଏକ ମାଲବାହୀ ଟ୍ରେନକୁ ଧକ୍କା ଦେଇଥିଲା ଏହି ଟ୍ରେନ୍ । ଫଳରେ ୧୨ଟି ବଗି ଲାଇନଚ୍ୟୁତ ହେବା ସହ ୨ଟିରେ ନିଆଁ ଲାଗିଯାଇଥିଲା। ରାତି ପ୍ରାୟ ସାଢ଼େ ୮ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ୧୯ ଜଣ ଯାତ୍ରୀ ଆହତ ହୋଇଥିଲେ । କିନ୍ତୁ ସୌଭାଗ୍ୟବସତଃ କାହାର ପ୍ରାଣହାନୀ ଘଟିନଥିଲା । ଏନେଇ ସରଦନ୍‌ ରେଲୱେ ପକ୍ଷରୁ ସୂଚନା ଦିଆଯାଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+