ଟ୍ରକକୁ ଧକ୍କା ଦେଲା ଟ୍ରଲର, ଡ୍ରାଇଭର ଜୀବନ୍ତ ଦଗ୍ଧ
ଯାଜପୁର:ଯାଜପୁର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର ଧର୍ମଶାଳ ଥାନା ଭାଲୁଖାଇ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଏକ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା ଟ୍ରଲର । ଘଟଣାସ୍ଥଳରେ ହିଁ ଟ୍ରଲର ସହ ଜୀବନ୍ତ ଜଳିଗଲେ ଡ୍ରାଇଭର । ଗୁରୁତର ହେଲପରଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି ।
ସୂଚନା ଅନୁସାରେ, ବୁଧବାର ପ୍ରାୟ ସକାଳ ୪ ଟା ବେଳେ ୧୬ ନମ୍ବର ଜାତୀୟ ରାଜପଥରେ ବ୍ରେକ ଡାଉନ ହୋଇ ଏକ ଛିଡା ହୋଇଥିବା ଟ୍ରକକୁ ପଛରୁ ପିଟିବା ପରେ ଜଳିଗଲା ଟ୍ରଲର । ଏକ ଲୁହା ରଡ଼ ବୋଝେଇ ଟ୍ରଲର ଟ୍ରକଟିକୁ ଧକ୍କା ଦେବା ପରେ ଟ୍ରଲରର ସମ୍ମୁଖ ଭାଗ କ୍ୟାବିନେଟରେ ନିଆଁ ଲାଗିଯାଇଥିଲା ।

ତେବେ ଟ୍ରଲର ଭିତରେ ଫସି ରହିଥିବା ଡ୍ରାଇଭର ଗାଡିରୁ ବାହାରକୁ ବାହାରି ପାରି ନଥିଲେ । ଘଟଣାସ୍ଥଳରେ ହିଁ ଜଳି ଯାଇ ତାଙ୍କର ମୃତ୍ୟୁ ହୋଇଛି । ହେଲପର ଗୁରୁତର ଭାବେ ଆହତ ହୋଇଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଯେଉଁଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।












Click it and Unblock the Notifications