ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କାମାକ୍ଷାନଗର ରେକୁଳା ଗାଁ ନିକଟରେ ଦୁର୍ଘଟଣାରେ ୩ଜଣଙ୍କର ମୃତ୍ୟୁ ଘଟିଛି । ଏ ନେଇ ଦୁଃଖ ପ୍ରକାଶ କରିବା ସହ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା କରିଛନ୍ତି । ଆଜି ସକାଳୁ ପିଚୁ ଗାଡ଼ିକୁ ଏକ ହାଇୱା ଦ୍ରୁତ ଗତିରେ ଚାପି ଦେଇଥିଲା । ଯାହା ଫଳରେ ୩ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା ।

mohan charan majhi

ଏହି ଦୁର୍ଘଟଣାଟି ଠିକା ସଂସ୍ଥାର ଅବହେଳାରୁ ଘଟିଥିବା ଅଭିଯୋଗ ରହିଛି । ଏହି ଘଟଣାପରେ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇଯାଇ ଟାୟାର ଜାଲି ରାସ୍ତା ଅବରୋଧ କରିଥିଲେ । ଢେଙ୍କାନାଳ-କାମାକ୍ଷାନଗର ମୁଖ୍ୟରାସ୍ତାରେ ଯାତାୟତା ବାଧାପ୍ରାପ୍ତ ହୋଇଛି ।

ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ କାମାକ୍ଷାନଗର-ଢେଙ୍କାନାଳ ପୂର୍ତ୍ତ ବିଭାଗ ରାସ୍ତାର ରେକୁଳା ସତସଙ୍ଗ କେନ୍ଦ୍ର ସାମ୍ନାରେ ରାସ୍ତାରେ ପିଚୁ କାମ ହେଉଥିଲା। ଏଥିରେ ଶ୍ରମିକମାନେ ନିୟୋଜିତ ଥିବାବେଳେ ଶ୍ରମିକମାନଙ୍କୁ ଧକ୍କା ଦେଇଥିଲା ହାଇୱା। ଫଳରେ ଶ୍ରମିକମାନେ ନିକଟରେ ପିଚୁକୁ ରୋଲିଙ୍ଗ କରୁଥିବା ରୋଲର ମେସିନ ଓ ଏକ ବିଦ୍ୟୁତ ଖୁଣ୍ଟ ମଝିରେ ଚାପି ହୋଇଯାଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେମାନଙ୍କର ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କର ପରିଚୟ ମିଳିଛି। ସେ ହେଲେ ରେକୁଳା ଗାଁର କ୍ଷୀରୋଦ ସାହୁ। ଅନ୍ୟ ମୃତକଙ୍କର ପରିଚୟ ମିଳିପାରି ନାହିଁ । ଗ୍ରାମବାସୀଙ୍କ ତରଫରୁ କ୍ଷତିପୂରଣ ଦାବିରେ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+