ଦୁର୍ଘଟଣା ହାର ବଢ଼ାଉଛି ୟେଲୋ ଲାଇଟ୍: ଟ୍ରାଫିକରେ ଲାଗିବ ଟାଇମର
ଭୁବନେଶ୍ୱର: ୟେଲୋ ଲାଇଟ୍ ଆଣୁଛି କାଳ । ଦୁର୍ଘଟଣା ହାର ବଢ଼ାଉଛି । ୟେଲୋ ଲାଇଟ୍ ଆସିଲା ପରେ ଲୋକେ ଦୃତଗତିରେ ଗାଡି ଚଳାଉଛନ୍ତି। ଫଳରେ ଦୁର୍ଘଟଣାର କାରଣ ପାଲୁଟୁଛି ୟେଲୋ ଲାଇଟ୍। ତେବେ ଏହାକୁ ରୋକିବାକୁ ଲାଗିବ ଟାଇମର। ଏପରିକି ଟ୍ରାଫିକ୍ ଲାଇନ୍ରେ ଛିଡ଼ା ହୋଇଥିବା ଡ୍ରାଇଭର ସବୁଜ ଲାଇଟ୍ ଆସିବ ପୂର୍ବରୁ ଯିଏ ଯେମିତି ପାରୁଛି ସେମିତି ବିକଟାଳ ହର୍ଣ୍ଣ ବଜାଇ ଶବ୍ଦ ପ୍ରଦୂଷଣ ସୃଷ୍ଟି କରୁଛନ୍ତି। ତେବେ ଏହାକୁ ରୋକିବା ଲାଗି ରାଜଧାନୀର ସମସ୍ତ ଟ୍ରାଫିକ ଛକରେ ଟାଇମର ଲଗାଇବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ କଟକ ଆଉ ବଲାଙ୍ଗୀର ଭଳି ବିଭିନ୍ନ ସହରରେ ଏବେ ବି ଟାଇମର ଲାଗିଛି। ତେବେ ଏହାରି ଭିତରେ କଣ ପାଇଁ ଦୂରଦୃଷ୍ଟି ଅଭାବ ରହିଲା ତାହା ନିହାତି ପ୍ରଶ୍ନ ସୃଷ୍ଟି କରିଛି।
ଏହି ଟାଇମର ପାଇଁ ଟ୍ରାଫିକ ପୁଲିସ ପକ୍ଷରୁ ସ୍ମାର୍ଟସିଟିକୁ ଚିଠି ଲେଖି ଅବଗତ କରାଯାଇଛି । ଆଉ ଏଥିପାଇଁ ସ୍ମାର୍ଟସିଟି ପକ୍ଷରୁ ମିଳିଛି ସବୁକ ସଙ୍କେତ । ସହରର ୫୧ଟି ଛକରେ ଟାଇମର ଲାଗିବ । ଏଟିସିଏସ୍ ବ୍ୟବସ୍ଥାରେ ୫୦ ସେକେଣ୍ଟର ଟାଇମର୍ ଲାଗିବ। ସେଇ ଟାଇମରୁ ୫୦ ସେକେଣ୍ଟରୁ ତଳକୁ ତଳ କାଉଣ୍ଟାଇନ୍ ହେବ । ଟାଇମର କେତେ ସମୟ ପରେ ଟ୍ରାଫିକ୍ରେ ସବୁଜ କିମ୍ବା ଲାଲ୍ ଲାଇଟ୍ ହେବ ତାହା ଦର୍ଶାଇ ଦିଆଯିବ । ଫଳରେ ୟେଲୋ କିମ୍ବା ରେଡ୍କୁ ପାର୍ ହେବା ଲାଗି ଚାଳକଙ୍କ ମଧ୍ୟରେ ଲାଗୁଥିବା ପ୍ରତିଯୋଗିତାରେ ହ୍ରାସ ପାଇବ ।

ସହରର ଏଜି ଠାରୁ ଇନ୍ଫୋସିଟି ଛକ, ଶିଶୁଭବନରୁ ରୁପାଲି ଛକ, ଡେଲ୍ଟାରୁ କଳ୍ପନା ଭଳି ୫୧ଟି ଛକରେ ଟାଇମର ଲଗାଯିବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି । ଟାଇମର ଲାଗିବା ପରେ ଘଟୁଥିବା ଦୁର୍ଘଟଣା, ଶବ୍ଦ ପ୍ରଦୂଷଣ ଓ କମିବ। ଟ୍ରାଫିକ ବ୍ୟବସ୍ଥା ସୁଦୃଢ଼ ହେବ।
ସହରର ୧୦ଟି ଛକରେ କାର୍ଯ୍ୟକ୍ଷମ ହେବ ସ୍ବୟଂଚାଳିତ ଟ୍ରାଫିକ ବ୍ୟବସ୍ଥା। ରାଜମହଲ ଛକ, କାଳୀ ମନ୍ଦିର କଟ୍, ଊର୍ମି ହୋଟେଲ୍ କଟ୍, ପାଣ୍ଡରା ଛକ, କଳାରାହାଙ୍ଗ କଟ୍, କୋଏଲ୍ କ୍ୟାମ୍ପସ, ନାକା ଗେଟ୍, ରେଣ୍ଟାଲ ଛକ ଓ ଜୟଦେବବାଟିକା ଛକରେ ସ୍ବୟଂଚାଳିତ ବ୍ୟବସ୍ଥା କରାଯାଉଛି। ସ୍ମାର୍ଟସିଟିକୁ ଚିଠି ଲେଖୁ ସ୍ବୟଂଚାଳିତ ବ୍ୟବସ୍ଥା ପାଇଁ ଅନୁରୋଧ କରିଛି ଟ୍ରାଫିକ୍ ପୁଲିସ ।
ତରବରିଆ ଯାତ୍ରା ହ୍ରାସ ହେବ ବୋଲି ଆଶା କରାଯାଉଛି। ସୂଚନାଯୋଗ୍ୟ ଯେ, ଟ୍ୱିନ ସିଟିରେ ପୂର୍ବରୁ ଏହି ଟାଇମର ବ୍ୟବସ୍ଥା କରାଯାଇଥିଲା। ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହାକୁ ବନ୍ଦ କରାଯାଇଥିଲା। ପରେ ଆଡପ୍ଟିଭ୍ ଟ୍ରାଫିକ କଣ୍ଟ୍ରୋଲ ସିଷ୍ଟମରେ ସେନ୍ସର ଓ ଲଗାଯାଇ ପରିଚାଳିତ ହେଉଥିଲା । ତେବେ ଏହାରି ଭିତରେ ପ୍ରଶ୍ନ, କଣ ଦୂରଦୃଷ୍ଟି ଅଭାବ ରହିଲା ଯଦ୍ୱାରା ଏତେ ବର୍ଷ ପରେ ପୁଣି ଲାଗିବ ଟାଇମର ?
-
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଯୁଦ୍ଧ ଭିତରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେଲେ ଟ୍ରମ୍ପ, କହିଲେ ଆଲୋଚନା... -
T20 ବିଶ୍ୱକପ: କେତେ ମିଳିଲା ପୁରସ୍କାର ରାଶି ? -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ












Click it and Unblock the Notifications