For Quick Alerts
Turn On Notification  
For Daily Alerts
Oneindia App Download

ଟ୍ରାଫିକ୍ ଅମାନିଆଙ୍କୁ ଆଉ ନାହିଁ ନିସ୍ତାର, ନୂଆ ବର୍ଷରୁ କଡାକଡି ହେବ ଚେକିଂ

ଅଭ୍ୟାସଗତ ଟ୍ରାଫିକ ନିୟମ ଉଲଙ୍ଘନକାରୀଙ୍କୁ ପାନେ । ଆସନ୍ତା ଜାନୁଆରୀ 1ରୁ ପୁଣି କଡ଼ାକଡ଼ି ଚେକିଂ ହେବ ।

|

ଭୁବନେଶ୍ୱର: ଆଉ ନାହିଁ ତ୍ରାହି । ଅଭ୍ୟାସଗତ ଟ୍ରାଫିକ ନିୟମ ଉଲଙ୍ଘନକାରୀଙ୍କୁ ପାନେ । ଆସନ୍ତା ଜାନୁଆରୀ 1ରୁ ପୁଣି କଡ଼ାକଡ଼ି ଚେକିଂ ହେବ । ୨୦୧୯ରୁ ଲାଗୁ ହୋଇଥିବା ନୂଆ ମୋଟର ଯାନ ନିୟମକୁ ମହାମାରୀ କରୋନା ପାଇଁ ସାମାୟିକ ଭାବେ କୋହଳ କରାଯାଇଥିଲା । ଏବେ ପୁଣି ଥରେ ଚେକିଂକୁ କଡ଼ାକଡ଼ି କରାଯିବ ।

Traffic Rules to be Strict From 2021 january at Odisha

ଲାଗୁ ହୋଇଥିବା ନିୟମ ଅନୁସାରେ, ଜାନୁଆରୀ ପହିଲାରୁ ଦୁଇ ଚକିଆ ଯାନ ପଛରେ ବସୁଥିବା ଲୋକ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ । ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏହି ସୂଚନା ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ସଡ଼କ ସୁରକ୍ଷା କମିଟିର ନିର୍ଦ୍ଦେଶ ପରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ମନ୍ତ୍ରୀ କହିଛନ୍ତି ।

ଜାଣନ୍ତୁ କେଉଁ ନିୟମ ଭଙ୍ଗ ପାଇଁ କେତେ ଫାଇନ

  • ବିନା ଲାଇସେନ୍ସରେ ଗାଡ଼ି ଚଳାଇଲେ-୫ ହଜାର ଟଙ୍କା
  • ଅଧିକ ବେଗରେ ଗାଡ଼ି ଚଳାଇଲେ- 1 ହଜାରରୁ ୨ ହଜାର ଟଙ୍କା
  • ଦ୍ୱିତୀୟ ଥର ଧରାପଡ଼ିଲେ ଡ୍ରାଇଭିଂ ଲାଇସେନ୍ସ ଜବତ
  • ମଦ ପିଇ ଗାଡ଼ି ଚଳାଇଲେ- ୧୦ ହଜାର ଟଙ୍କା ସହ ୬ ମାସ ଜେଲ୍
  • ଟ୍ରାଫିକ ନିୟମରେ ବାଧା ଦେଲେ ୫୦୦ ଟଙ୍କା
  • ଡ୍ରାଇଭିଂ ଟେଷ୍ଟରେ ଫେଲ୍ ହୋଇ ଗାଡ଼ି ଚଳାଇଲେ ୧୦ ହଜାର ଟଙ୍କା
  • ଅଥରିଟିଙ୍କୁ ସୂଚନା ନଦେଲେ- ୨୦୦୦ ଟଙ୍କା
ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Traffic Rules to be Strict From 2021 january at Odisha
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X