ଆଜିଠୁ ଯାଞ୍ଚ କଡାକଡି଼: ଗାଡ଼ି ଚଲାଇ ପାରିବେନି ସ୍କୁଲ ପିଲା

ଭୁବନେଶ୍ୱର: ଆଜିଠୁ ଜୋରଦାର ହୋଇଛି ଟ୍ରାଫିକ୍ ଚେକିଂ । ରାଜଧାନୀରେ ଗୋଡେ ଗୋଡେ ଜଗିଛନ୍ତି ଟ୍ରାଫିକ୍ ପୋଲିସ୍ । ଗାଡ଼ି ଚଲାଇ ପାରିବେନି ସ୍କୁଲ ପିଲା । ୧୮ ବର୍ଷରୁ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ସ୍ପେଶାଲ ଡ୍ରାଇଭ ଚେକିଂ କରାଯାଉଛି ।
ତେବେ ଭୁବନେଶ୍ୱରରେ ଚାଲିଥିବା ଏହି ଚେକିଂ ସମୟରେ ଜଣେ ନାବାଳକଙ୍କୁ ୨୫ ହଜାର ଟଙ୍କାର ଫାଇନ୍ ଦେବାକୁ ପଡ଼ିଛି । ପରୀକ୍ଷାକୁ ବିନା ହେଲମେଟରେ ଯିବା ରାସ୍ତାରେ ଧରା ପଡ଼ିଛନ୍ତି ନାବାଳକ ।
ସେହିପରି ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ସମ୍ମୁଖରେ ଦୁଇ ଜଣ ନାବାଳକ ବାଇକ ଚାଳକଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ଜରିମାନା ଗଣିବାକୁ ପଡ଼ିଛି । ସେହିପରି ସମ୍ବଲପୁର ଚାରବାଟି ଛକରେ ନାବାଳକଙ୍କୁ ୨୫ ହଜାର ଫାଇନ୍ ଗଣିବାକୁ ପଡ଼ିଛି । ସେହିପରି ହୀରାକୁଦରେ ଜଣେ ନାବାଳକଙ୍କ ଠାରୁ ୨୫ ଜରିମାନା ଆଦାୟ କରିଛି ପୋଲିସ ।
ସୂଚନାଥାଉ କି, ଏପ୍ରିଲ ପ୍ରଥମ ସପ୍ତାହକୁ ଜିରୋ ଫାଟାଲିଟି ୱିକ୍ ବା ଶୂନ ଦୁର୍ଘଟଣାଜନିତ ମୃତ୍ୟୁ ସପ୍ତାହ ଭାବେ ପାଳନ ହେବ । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହେଉଛି । ଆଜ ଅର୍ଥାତ୍ ମାର୍ଚ୍ଚ ୨୮ ରୁ ଏପ୍ରିଲ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛି ପରିବହନ ବିଭାଗ ।
ନାବାଳକ ଗାଡ଼ି ଚଳାଇଲେ ବନ୍ଧା ହେବେ ମାଲିକ । ଗାଡି ଜବତ ସହ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଫାଇନ ବ୍ୟବସ୍ଥା ରହିଛି । ତାସହ ଗାଡିର ରେଜିଷ୍ଟ୍ରେସନ ବାତିଲ ହେବ । ଯଦି ବାଇକ କିମ୍ବା ସ୍କୁଟି ଚଳାଉଥିବା ଡ୍ରାଇଭରଙ୍କ ବୟସ ୧୮ ବର୍ଷରୁ କମ ବୋଲି ପ୍ରମାଣ ହେବ ଲାଗିବ ମୋଟା ଅଙ୍କର ଫାଇନ । ଏଥି ସହିତ ଭବିଷ୍ୟତରେ ଟ୍ରାଫିକ ନିୟମ ଉଲ୍ଲଂଘନ କରିଥିବା ପିଲାଙ୍କୁ ୨୫ ବର୍ଷ ପର୍ଯ୍ୟନ୍ତ ଡ୍ରାଇଭିଂ ଲାଇସେନସ ମିଳିବନି ।












Click it and Unblock the Notifications