Get Updates
Get notified of breaking news, exclusive insights, and must-see stories!

ନଭେମ୍ବର ୨୪ରୁ ବିଧାନସଭା ଶୀତ ଅଧିବେଶନ: ଜାଣନ୍ତୁ, କେଉଁ ରାସ୍ତା ରହିବ ବନ୍ଦ, କେଉଁ ରାସ୍ତା ଖୋଲା ?

ନଭେମ୍ବର ୨୪ରୁ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ବିଧାନସଭାରେ ଶୀତ ଅଧିବେଶନ ଚାଲିବ। ଏହି ପରିପ୍ରେକ୍ଷୀରେ ବିଧାନସଭା ମାର୍ଗରେ କମିସନରେଟ ପୋଲିସ ପକ୍ଷରୁ ଟ୍ରାଫିକ୍‍ କଟକଣା ଜାରି କରାଯାଇଛି। ଉକ୍ତ ସଂଲଗ୍ନ ରାସ୍ତାରେ ସର୍ବସାଧାରଣଙ୍କ ଯାତାୟାତ ଉପରେ କଟକଣା ଜାରି କର

ଭୁବନେଶ୍ୱର: ନଭେମ୍ବର ୨୪ରୁ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ବିଧାନସଭାରେ ଶୀତ ଅଧିବେଶନ ଚାଲିବ। ଏହି ପରିପ୍ରେକ୍ଷୀରେ ବିଧାନସଭା ମାର୍ଗରେ କମିସନରେଟ ପୋଲିସ ପକ୍ଷରୁ ଟ୍ରାଫିକ୍‍ କଟକଣା ଜାରି କରାଯାଇଛି। ଉକ୍ତ ସଂଲଗ୍ନ ରାସ୍ତାରେ ସର୍ବସାଧାରଣଙ୍କ ଯାତାୟାତ ଉପରେ କଟକଣା ଜାରି କରିଛି ।

Odisha Assembly Winter Session 2022

ହାଉସିଂବୋର୍ଡ ଛକ ପଟୁ ଆସୁଥିବା ସମସ୍ତ ଯାନବାହନ କେଶରୀ ସିନେମା ହଲଠାରୁ ଆଗକୁ ନ ଯାଇ ବାମ ପାର୍ଶ୍ବ ରାସ୍ତା ଦେଇ ନିଜ ଗନ୍ତବ୍ୟ ସ୍ଥଳକୁ ଯାଇପାରିବେ। ଏଜି ଛକ ପଟୁ ପିଏମ୍‌ଜି ଛକ ଆଡ଼କୁ ଆସୁଥିବା ସମସ୍ତ ଯାନବାହନ ଜୟଦେବ ଭବନ ପାଖରେ ଡାହାଣ ପାର୍ଶ୍ୱରେ ଥିବା ଇନ୍ଦିରା ଗାନ୍ଧୀ ପାର୍କ ରାସ୍ତା ଦେଇ ନିଜ ଗନ୍ତବ୍ୟ ସ୍ଥଳକୁ ଯାଇପାରିବେ। ମାଷ୍ଟରକ୍ୟାଣ୍ଟିନ୍‌ ଛକ ପଟୁ ଅପର ପିଏମ୍‌ଜି ଛକ ଆଡ଼କୁ ଆସୁଥିବା ଯାନବାହନଗୁଡ଼ିକ ଲୋୟର ପିଏମ୍‌ଜି ଛକ ଠାରୁ ବାମ କିମ୍ବା ଡାହାଣ ପାର୍ଶ୍ବ ରାସ୍ତା ଦେଇ ଯାଇପାରିବେ। କିନ୍ତୁ ସେମାନେ ମହାତ୍ମା ଗାନ୍ଧୀ ମାର୍ଗ ଦେଇ ଯାଇପାରିବେ ନାହିଁ।

୧୨୦ ବାଟାଲିୟନ ଛକ ପଟୁ ରବୀନ୍ଦ୍ର ମଣ୍ଡପ ଆଡ଼କୁ ଆସୁଥିବା ସମସ୍ତ ଯାନବାହନ ପାୱାର ହାଉସ ଛକ ଆଡ଼କୁ ଯିବେ। ରାଜଭବନ ଛକ ପଟୁ ଏମ୍ଏଲ୍ଏ କଲୋନି ଏବଂ ରବୀନ୍ଦ୍ର ମଣ୍ଡପ ଆଡ଼କୁ ଆସୁଥିବା ସମସ୍ତ ଯାନବାହନ ଶାସ୍ତ୍ରୀନଗର ଛକ ଆଡ଼କୁ ଯିବେ। ଏହି କଟକଣା ବିଧାନସଭା, ରାଜ୍ୟ ସଚିବାଳୟ ଏବଂ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟକୁ ଯାଉଥିବା ଅଧିକୃତ ଯାନବାହାନମାନଙ୍କ ପାଇଁ ଲାଗୁ ହେବନାହିଁ।

ତେବେ ବିଧାନସଭାର ଶୀତ ଅଧିବେଶନ ଦିନକ ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ତନ୍ନତନ୍ନ କରି ଯାଞ୍ଚ କରାଯିବ। ପୋଲିସ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂଶଲଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ବିଧାନସଭାର ସୁରକ୍ଷା ବୁଲି ଦେଖିବା ସହ ସୁରକ୍ଷାର ବ୍ୟବସ୍ଥା ବିଷୟରେ ଆଲୋଚନା କରିବେ। ଏଥର ସୁରକ୍ଷାକୁ ଆହୁରି କଡ଼ାକଡ଼ି କରାଯିବ ବୋଲି ସୂଚନା ମିଳିଛି। ବିଧାନସଭା ପରିସର ଓ ବାହାର ଲାଗି ତ୍ରିସ୍ତରୀୟ ସୁରକ୍ଷା ବନ୍ଦୋବସ୍ତ କରାଯିବା ସହ ୩୦ ପ୍ଳାଟୁନ ପୁଲିସ ଫୋର୍ସ ଓ ୧୫୦ ପୁଲିସ କର୍ମଚାରୀଙ୍କୁ ମୁତୟନ କରାଯିବ ବୋଲି ବିଶେଷସୂତ୍ରରୁ ସୂଚନା ମିଳିଛି।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+